Monday , June 21 2021
Breaking News
Home / ବିଶେଷ / ନିୟୁ ଷ୍ଟାର ଡ୍ୟାନ୍ସ ଏକାଡେମୀର ନୃତ୍ୟ ପ୍ରତିଯୋଗୀତା

ନିୟୁ ଷ୍ଟାର ଡ୍ୟାନ୍ସ ଏକାଡେମୀର ନୃତ୍ୟ ପ୍ରତିଯୋଗୀତା

କେନ୍ଦ୍ରାପଡା, ୦୫/୦୧/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ତିନିମୁହାଣୀସ୍ଥିତ ନିୟୁଷ୍ଟାର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଅନଲାଇନ ମାଧ୍ୟମରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ କୁନି କୁନି କଳାକାରମାନେ ସେମାନଙ୍କର ପ୍ରତିଭା ପ୍ରକାଶ କରିପାରୁନଥିଲେ । ଗତ ୮ମାସ ଧରି ଲକଡାଉନ ଯୋଗୁ ଏକାଡେମୀର କୌଣସି କାର୍ଯ୍ୟକ୍ରମ ହୋଇପାରୁ ନ ଥିଲା । ତେଣୁ ଅନ୍ ଲାଇନ ମାଧ୍ୟମରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ । ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କର ନୃତ୍ୟ ନିୟୁଷ୍ଟାର ଏକାଡେମୀର ହ୍ୱାଟସଆପ ଗ୍ରୁପରେ ପଠାଇଥିଲେ । ସିନିୟର ଗ୍ରୁପରେ କୀର୍ତି ରଞ୍ଜନ ସାହୁ, ସବ ଜୁନିୟର ଗ୍ରୁପରେ ପ୍ରିୟଙ୍କା ରାଉତ, ଜୁନିୟର ଗ୍ରୁପରେ ଗାର୍ଜି ପ୍ରିୟଦର୍ଶିନି ସାହୁ ପ୍ରମୁଖ ପ୍ରଥମସ୍ଥାନ ଅଧିକାର କରି ପୁରୁସ୍କୃତ ହୋଇଥିଲେ । ଏହି ଉପଲକ୍ଷେ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିବା ପାଇଁ ଅଧ୍ୟାପକ ମୋହନ ଚରଣ ଜେନା, ନୃତ୍ୟଗୁରୁ ଜୟଶ୍ରୀ ପତି, ସମାଜସେବୀ ଅକ୍ଷୟ ସେନାପତି, ପୂର୍ବତନ ତହସିଲଦାର ବିଜୟ ପଟ୍ଟନାୟକ ପ୍ରମୁଖଙ୍କୁ ନେଇ ଜୁରି ଗଠନ କରାଯାଇଥିଲା । ଏମାନଙ୍କ ନିଷ୍ପତି ଅନୁସାରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ସଭାପତି ମାଧବାନନ୍ଦ ପଣ୍ଡା ଓ ସମ୍ପାଦକ ଦିପକ କୁମାର ସାହୁ, ନିରଞ୍ଜନ ସାହୁ, ଅନନ୍ତ, ନିହାରିକା, ଶକ୍ତି, ପପନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *