Wednesday , June 16 2021
Breaking News
Home / ତାଜା ଖବର / ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନାରୁ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଯାତ୍ରୀ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନାରୁ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଯାତ୍ରୀ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ଏକ ବସ୍ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବାବେଳେ ଗାଡ଼ିଟି ଦୁର୍ଘଟଣାଗସ୍ତ ହୋଇଥିଲା । ଅଳ୍ପକେ ବହୁ ଲୋକ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତି ଯାଇଥିଲେ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ନାନ୍ଦୋଳଗଡ଼ା ନିକଟରେ ଉତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ଖବରରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ପ୍ରାୟ ୬.୩୦ମି. ସମୟରେ କଟକରୁ ସାଲେପୁର ଅଭିମୁଖେ ଆସୁଥିବା ସାବିତ୍ରୀ ନାମକ ଏକ ଯାତ୍ରୀବାହୀ ବସ୍ ନଂ- ଓ.ଡି.୦୫-୧୫୯୨୩ ଭାରସାମ୍ୟ ହରାଇ ନାନ୍ଦୋଳଗଡ଼ା ନିକଟରେ ରାସ୍ତାକଡ଼ରେ ଥିବା ବାଡ଼ାରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍  ରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତି ଯାଇଥିଲେ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳକ ଜଣକ ଗାଡ଼ି ଚାଳନା କରିଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ନାନ୍ଦୋଳଗଡ଼ା ନିକଟରେ ରାସ୍ତାରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ନିଶାସକ୍ତ ଡ୍ରାଇଭରକୁ ଧରି ଥାନାରେ ଅଟକ ରଖିଥିବା ଜଣାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ  ଚେକିଂ କଡ଼ାକଡ଼ି କରାଯାଉନଥିବାରୁ ଯାତ୍ରୀବାହୀ ଗାଡ଼ିଚାଳକମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରିବାରୁ ଏହି ରାସ୍ତାରେ ନିୟମିତ ଛୋଟବଡ଼ ଦୁର୍ଘଟଣାମାନ ଘଟି ବହୁ ଧନଜୀବନ ହାନି ଘଟୁଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକମାନେ ଏହି ରାସ୍ତାରୋକ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *