Sunday , June 20 2021
Home / ରାଜନୀତି / ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୪ ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ 

ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୪ ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ 

ତିର୍ତୋଲ,୨୬/୧୨/୨୦୨୦(ଓଡ଼ିଶା ସମାଚାର)- ତିର୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୪ ତମ ବିଜେଡ଼ି ପ୍ରତିଷ୍ଠା ଦିବସ ବିରିଡ଼ିସ୍ଥିତ  ଦଳର କାର୍ଯ୍ୟାଳୟ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । ବିରିଡ଼ି ବ୍ଲକ୍ ଆତ୍ମା ଅଧ୍ୟକ୍ଷ ରବିନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜଗତସିଂହପୁର ଜିଲା ଯୁବ ବିଜେଡ଼ି ସଭାପତି ପ୍ରଦୀପ କୁମାର ଭୂୟାଁ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ରାଜ୍ୟସଭା ସଦସ୍ୟ ମୁନା ଖାଁ, ଜିଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତୋଲ ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି , ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ , ପାରାଦୀପ ର ଶ୍ରମିକ ନେତା ସନ୍ତାଷ ପଟ୍ଟନାୟକ , ରଘୁନାଥପୁର ଜିଲା ପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର, ଜିଲା ମହିଳା ପର୍ଯ୍ୟବେକ୍ଷକ ସଂଯୁକ୍ତା ମହାନ୍ତି, ତିର୍ତୋଲ ଜିଲା ପରିଷଦ ସଭ୍ୟା ମିତାଳୀ ରାଉଳ, ଯୁବ ସଂଗଠକ ଗଙ୍ଗାଧର ବିଶ୍ୱାଳ, ତିର୍ତୋଲ ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ରଘୁନାଥପୁର ବ୍ଲକ୍ ସଭାପତି ଦେବାଶିଷ ତ୍ରିପାଠୀ, ଅଶ୍ୱିନୀ ଦାସ ଓ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଉଳସ୍ଥିତ କର୍ମୀ ମାନଙ୍କୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଜିଲା ପରିଷଦ ସଭ୍ୟ ସନାତନ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ତିନିଗୋଟି ବ୍ଲକ୍ ରୁ ବହୁ ସଂଖ୍ୟାରେ ଛାତ୍ର, ମହିଳା ଓ ବିଜେଡ଼ି କର୍ମୀ ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ନୟାଗଡ଼ରେ ଲୋମହର୍ଷଣକାରୀ ପରୀ ଘଟଣାର ପୁନରାବୃତି

ଶିଶୁ ଅଧିକାର କମିଶନ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯିବାକୁ ସମାଜବାଦୀ ପାର୍ଟିର ଦାବି ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲାରେ ପରୀ …

Leave a Reply

Your email address will not be published. Required fields are marked *