Monday , June 14 2021
Breaking News
Home / ନିର୍ବାଚନ / ନିର୍ବାଚନୀ ଅନିୟମିତତା ଅଭିଯୋଗ :୨ ବିଧାୟକ ନାଁରେ ମାମଲା ଦାୟର

ନିର୍ବାଚନୀ ଅନିୟମିତତା ଅଭିଯୋଗ :୨ ବିଧାୟକ ନାଁରେ ମାମଲା ଦାୟର

ଭୁବନେଶ୍ୱର, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)-  ନିର୍ବାଚନୀ ଅନିୟମିତତା ନେଇ ପୁଣି ୨ ବିଧାୟକଙ୍କ ନାଁରେ ମାମଲା ଦାୟର ହୋଇଛି । ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ଏହି ମାମଲା ହୋଇଛି । ଅଫିସ୍ ଅଫ୍ ପ୍ରଫିଟ୍ ଓ ମିଥ୍ୟା ସତ୍ୟପାଠ ଅଭିଯୋଗରେ ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ମାମଲା ଦାୟର କରିଛନ୍ତି । ନିର୍ବାଚନ ଅସିଦ୍ଧ ସହ ନିହାରଙ୍କୁ ବିଜୟୀ ଘୋଷଣା ଲାଗି ସେ ଆବେଦନ କରିଛନ୍ତି । ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗ ଆଣି ନନ୍ଦିନୀ ଦେବୀ ମାମଲା କରିଛନ୍ତି ।ଉଲ୍ଲେଖଯୋଗ୍ୟ ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ୩ ଥର ଗଣମାଧ୍ୟମରେ ଜଣାଇବା ନିର୍ଦ୍ଦେଶ ଥିଲା । ମାତ୍ର ରମେଶ ଗଣମାଧ୍ୟମରେ ଅପରାଧିକ ପୃଷ୍ଠଭୂମି ଜଣାଇନଥିବା ଅଭିଯୋଗ କରି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନ ହୋଇଛି । ରାଉରକେଲାରେ ବିଜେଡିର ସାରଦା ନାୟକ ବିଜେପିର ନିହାର ରାୟଙ୍କ ଠାରୁ ୧୦,୪୬୦ ଭୋଟରେ ବିଜୟୀ ହୋଇଥିବା ବେଳେ ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩, ୫୩୧ ଭୋଟ୍ ରେ ପରାସ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରକାଶ ପାଇଲା  ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି – ଆଜିଠାରୁ ନାମାଙ୍କନ ଦାଖଲ 

ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ପିପିଲି ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ …

Leave a Reply

Your email address will not be published. Required fields are marked *