Monday , June 21 2021
Breaking News
Home / ବିଶେଷ / ନିରାକାରପୁର ଥାନାରେ ନୂଆ ଆଇଆଇସି ଗୀତାଞ୍ଜଳୀ ନାୟକ

ନିରାକାରପୁର ଥାନାରେ ନୂଆ ଆଇଆଇସି ଗୀତାଞ୍ଜଳୀ ନାୟକ

ନିରାକାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନାରେ ନୂତନ ଆଇଆଇସି ଭାବେ ଗୀତାଞ୍ଜଳୀ ନାୟକ ଯୋଗଦେଇଛନ୍ତି । ଶ୍ରୀମତୀ ନାୟକ ପୂର୍ବରୁ ଜିଲ୍ଲା ହେଡ଼କ୍ୱାର୍ଟରରେ ଅବସ୍ଥାପିତ ଥିବାବେଳେ ଜିଲ୍ଲାରୁ ବିଭିନ୍ନ ଥାନାରୁ ଆଇଆଇସିମାନେ ପଦୋନ୍ନତିରେ ଯିବା ପରେ ଏହି ସ୍ଥାନ ପୂରଣ କରିବା ପାଇଁ ଭିନ୍ନ ଭିନ୍ନ ଥାନାରେ ନୂତନ ଆଇଆଇସିମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅବସ୍ଥାପିତ କରାଇଛନ୍ତି । ନିରାକାରପୁର ଥାନାରେ ପୂର୍ବରୁ ଥିବା ଆଇଆଇସି ବର୍ତମାନ ଜଙ୍କିଆ ଥାନାରେ ଯୋଗଦେଇଛନ୍ତି । ନିରାକାରପୁରରେ ଚୋରା ନିଶାଦ୍ରବ୍ୟ କାରବାର , ଚୋରା ଖଣିଜ ପଦାର୍ଥ ଚାଲାଣ ସହିତ ବର୍ତମାନର କୋଭିଡ଼ ପରିଚାଳନା ଶ୍ରୀମତୀ ନାୟକଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ଏହି ଅଂଚଳରେ କିପରି ଶାନ୍ତିଶୃଖଂଳା ରକ୍ଷା କରାଯିବ ଓ ଅପରାଧୀମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯିବ ସେଥିପାଇଁ ଗୁରୁତ୍ୱ ଦେବେ ବୋଲି ନୂତନ ଆଇଆଇସି ଶ୍ରୀମତୀ ନାୟକ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *