Thursday , August 5 2021
Breaking News
Home / ବିଶେଷ / ନିରାକାରପୁର କ୍ଷେତ୍ରବାସୀ ଏକାଡ଼େମୀରୁ ଚୋରୀ

ନିରାକାରପୁର କ୍ଷେତ୍ରବାସୀ ଏକାଡ଼େମୀରୁ ଚୋରୀ

ନିରାକାରପୁର,୧୭/୦୫/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଏକାଡ଼େମୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଶନିବାର ବିଳମ୍ବିତ ରାତିରେ  କବାଟ ଭାଙ୍ଗି କମ୍ପ୍ୟୁଟର ଓ ଗୋଯିଏ ଜେନେରେଟର ଚୋରୀ ହୋଇଥିବା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କି ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ ନିରାକାରପୁର ହାଇସ୍କୁଲର କମ୍ପ୍ୟୁଟର ରୁମ ଗ୍ରୀଲ ଓ କବାଟ ଚାବି କାଟି ୩ଟି କମ୍ପ୍ୟୁଟର ମନିଟର ଓ ଗୋଟିଏ ଜେନେରେଟର ନେଇଯାଇଛନ୍ତି । ଦୁର୍ବୃତମାନେ ସ୍କୁଲର ଏକ ପାଚେରୀ ଭାଙ୍ଗି ବାହାରକୁ ପଳାଇଥିବାର ଦେଖାଯାଇଛି । ସକାଳୁ ବିଦ୍ୟାଳୟ ରାତ୍ରଜଗୁଆଳ ଏହା ଦେଖି ଶିକ୍ଷକ ଦିଲ୍ଲୀପ କୁମାର ଦାସଙ୍କୁ ଜଣାଇବା ପରେ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ନିରାକାରପୁର ପୋଲିସ ଘଟଣାସ୍ଥଳକୁ ଆସି ଅନୁସନ୍ଧାନ ଜାରି ରଖିବା ସହ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଇଛାପୁର ରଥଦାଣ୍ଡରେ ମାସ୍କ  ବାଂଟିଲେ କେନ୍ଦ୍ରାପଡା ବିଧାୟକ

କେନ୍ଦ୍ରାପଡ଼ା, ୦୪/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବିଧାୟକ ଶଶିଭୁଷଣ ବେହେରା ବୁଧବାର କେନ୍ଦ୍ରାପଡା ଗସ୍ତରେ ଆସି ଶ୍ରୀବଳଦେବଜୀଉଙ୍କୁ ଗରୁଡସ୍ତମ୍ବ ନିକଟରେ ଦର୍ଶନ …

Leave a Reply

Your email address will not be published. Required fields are marked *