Thursday , August 5 2021
Breaking News
Home / ବିଶେଷ / ନିଖୋଜ ଉତ୍ତରକୂଳ ହାଇସ୍କୁଲ ଛାତ୍ର ର ମୃତଦେହ ମହାନଦୀ ରୁ ମିଳିଲା

ନିଖୋଜ ଉତ୍ତରକୂଳ ହାଇସ୍କୁଲ ଛାତ୍ର ର ମୃତଦେହ ମହାନଦୀ ରୁ ମିଳିଲା

ନିଶ୍ଚିନ୍ତକୋଇଲି, ୨୨/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ର ସାଇ କୃଷ୍ଣ ମିଶ୍ର ର ନିଖୋଜ ଘଟଣାରୁ ଏବେ ପର୍ଦା ଉଠିଛି. ।  ମହାନଦୀ ର ବିରିବନ୍ଧ (ତଇଲୋ ) ଗ୍ରାମ ନିକଟରେ ପାଣି ରେ ଭାସୁଥିବା ଉକ୍ତ ବାଳକ ର ଶବକୁ ଉଦ୍ଧାର କରାଯାଇଛି।ସାଇ କୃଷ୍ଣ ଙ୍କ ପିତା ବରଦା ମିଶ୍ର ଙ୍କ ଘର ଜଗତସିଂହପୁର  ଜିଲ୍ଲା ପାଲି ପଞ୍ଚାୟତ। ସେ ଏବଂ ତାଙ୍କ ପରିବାର ଉତ୍ତରକୂଳ ରେ ଏକ  ଭଡା ଘରେ ରହିଥାନ୍ତି । ପୁଅ  ଉତ୍ତରକୂଳ ହାଇସ୍କୁଲ ରେ ନବମ ଶ୍ରେଣୀ ପାଠ ପଢୁଥିବା ବେଳେ ତାଙ୍କ ବୟସ ୧୪ବୋଲି ଜଣାପଡିଛି । ସେ ଗତ ବୁଧବାର ସ୍କୁଲ କୁ ଅନଲାଇନ କ୍ଲାସ୍ କରିବାକୁ ଆସି ଆଉ ଘର କୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ମାହାଳହାଟ ସ୍ଥିତ  ମହାନଦୀ କୂଳ ରେ ତାଙ୍କ ଡ୍ରେସ, ବ୍ୟାଗ୍ ଓ ଗାମୁଛା ପଡି ଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ପରିବାର ଲୋକ  ଭୟଭୀତ ହୋଇଯାଇଥିଲେ । ପରିବାର ଲୋକ କହିବା ଅନୁସାରେ ଅନଲାଇନ କ୍ଲାସ୍ କରିବାକୁ ଆସି ଏ ଭଳି ଘଟଣା ଘଟିଛି ବୋଲି ଗତକାଲି ମାହାଳ ହାଟ ଫାଣ୍ଡି ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କିଶନନଗର ପୋଲିସ ଓ ମାହାଳହାଟ ପୋଲିସ ମିଳିତ ଭାବେ ଛାନ ଭିନ୍ ଆରମ୍ଭ କରିଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗ ର ଏକ ସ୍ଵତନ୍ତ୍ର ଟିମ୍ ଆସି ତାରପୁର ସ୍ଥିତ ମହାନଦୀ ରେ  ଖୋଜା ଖୋଜି କରିଥିବା ବେଳେ କୌଣସି ସନ୍ଧାନ ପାଇନଥିଲେ ।  ପରବର୍ତୀ ସମୟରେ ତଇଲୋ  ଗ୍ରାମ ନିକଟରେ ନଦୀ ରେ ଶବ ଟି  ଭାଷୁଥିବା ଲୋକେ ଦେଖିବାକୁ ପାଇଥିଲେ । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *