Wednesday , June 23 2021
Breaking News
Home / ବିଶେଷ / ନିଖିଳ  ଓଡ଼ିଶା  ଅଣନିଯୁକ୍ତି  ତାଲିମପ୍ରାପ୍ତ ମହିଳା  ସ୍ୱାସ୍ଥ୍ୟକର୍ମୀ  ସଂଘର  ପ୍ରତିଷ୍ଠା  ଉତ୍ସବ

ନିଖିଳ  ଓଡ଼ିଶା  ଅଣନିଯୁକ୍ତି  ତାଲିମପ୍ରାପ୍ତ ମହିଳା  ସ୍ୱାସ୍ଥ୍ୟକର୍ମୀ  ସଂଘର  ପ୍ରତିଷ୍ଠା  ଉତ୍ସବ

ଭୁବନେଶ୍ୱର, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-ନିଖିଳ ଓଡ଼ିଶାଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ପ୍ରଥମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଜୟଦେବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍ଘାଟନ କରି ବିଧାୟକ ଶ୍ରୀଯୁକ୍ତ ସମ୍ବିତ୍ ରାଉତ କହିଲେଯେ, ମୁଁ ନିମିତ ମାତ୍ର । କିନ୍ତୁ ଗୁଣ୍ଡୁଚି ମୂଷା ଭଳି ରାଜ୍ୟ ସରାକର ଏବଂ ଏ.ଏନ୍.ଏମ୍. ସଂଗଠନମଧ୍ୟରେ ସେତୁ ବାନ୍ଧିବାରେ ସହଯୋଗ କରିବି ଓ ଯେତେ କଷ୍ଟ ହେଲେ ମଧ୍ୟ ଏ.ଏନ୍.ଏମ୍ ମାନଙ୍କ ନିଯୁକ୍ତି ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରି ଉଚିତ୍ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବି । ଏହି ସଂଗଠନ ସହିତ ମୁଁ ଏବେଠାରୁ ଜଡ଼ିତ ରହିବି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବକିଶୋର ଦାସ କହିଲେ ଯେ, ମୁଁ ସର୍ବଦା ଏ.ଏନ୍.ଏମ୍. ସଂଗଠନ ସହିତ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବି । ଆବଶ୍ୟକ ହେଲେ ଅର୍ଥ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଯେତେ ସମ୍ଭବ ନିଯୁକ୍ତି କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁଚେଷ୍ଟା କରିବା ସହିତ ନୂଆ ନୂଆ କମୁ୍ୟନିଟି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାପାଇଁ ସରକାର ବିଚାର କରୁଛନ୍ତି । ସ୍ୱାସ୍ଥ୍ୟସେବାକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁଏ.ଏନ୍.ଏମ୍. କର୍ମୀମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରହିଛି । ଏଥିପ୍ରତି ଆମ ସରକାର ସମ୍ବେଦନଶୀଳ ରହିଛି । ଏହି ପରିପ୍ରେକ୍ଷୀରେ ସଂଗଠନର ରାଜ୍ୟ ସଭାପତି ଶ୍ରୀ ପାର୍ଥସାରଥୀ ଜେନା ସ୍ୱାଗତ ଅଭିଭାଷଣ ଦେବା ସହିତ ସଂଗଠନର ଆଭିମୁଖ୍ୟ ଏବଂ ଉଦ୍ଧେଶ୍ୟ ସମ୍ପର୍କରେ ମାନ୍ୟବର ଅତିଥିମାନଙ୍କୁ ଅବଗତ କରାଇଥିଲେ ଯେ, ମୁଖ୍ୟତଃ ଯେଉଁ ସ୍ୱାସ୍ଥ୍ୟକର୍ମୀ ମାନେ ବହୁବର୍ଷ ଧରି ଯଥା (୨୦୦୫-୦୬)ରୁ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିଯୁକ୍ତି ନପାଇ ବୟସ ଗଡ଼ିଗଲାଣି ସେମାନଙ୍କ ପାଇଁ ନିଯୁକ୍ତିରେ ବୟସ ସୀମାକୁ କୋହଳ କରିବା ଏବଂ ବର୍ଷୱାରୀ ନିଯୁକ୍ତିକୁ ସୁନିଶ୍ଚିତ କରିବା, ବିଭିନ୍ନ ହସ୍ପିଟାଲରେ ଖାଲି ପଡ଼ିଥିବା ଏ.ଏନ୍.ଏମ୍.ପଦବୀକୁ ଶୀଘ୍ର ପୂରଣ କରିବା ଏବଂ ଆଇପିଏଚଏସ ଷ୍ଟାଣ୍ଡାର୍ଡ଼ ଅନୁଯାୟୀ ପାହାଡ଼ିଆ ଅଂଚଳରେ ପ୍ରତି ଏକହଜାର ଏବଂ ଗ୍ରାମାଂଚଳରେ ପ୍ରତି ଦୁଇହଜାରରେ ଏ.ଏନ୍.ଏମ୍ କର୍ମୀ ନିଯୁକ୍ତି କରିବା ଏବଂନ୍ୟାସନାଲ ହେଲ୍ଥ ମିଶନ ଅନୁଯାୟୀ ସମସ୍ତସି,ଏଚ.ଏସ୍, ପି.ଏଚ୍.ଏସ୍, ସବ୍ଡିଷ୍ଟ୍ରିକ୍ଟ ସେଂଟର,ଜିଲ୍ଲା ହସ୍ପିଟାଲରେ ଥିବା ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯାଉ, ନୂଆ ନୂଆ ସିଏଚଏସ୍ ଏବଂ ପିଏଚଏସମାନ ଖୋଲାଯାଇ ଏଏନଏମ୍ ନିଯୁକ୍ତିକୁ ସୁନିଶ୍ଚିତ କରିବା ସହିତ ଗ୍ରାମାଂଚଳର ଗରିବଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ, ଶିକ୍ଷା ଏବଂଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ତଥା ହଷ୍ଟେଲ ଗୁଡ଼ିକରେ ଏ.ଏନ୍.ଏମ୍ ନିଯୁକ୍ତି କରିବା ସୁଯୋଗ ରହିଛି । କାରଣ ଏଠାରେ ଝିଅମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ, ସ୍ୱତନ୍ତ୍ର ପଲିସ୍ ମାଧ୍ୟମରେ ବେସରକାରୀ ସ୍ୱାସ୍ଥ୍ୟ ସଂସ୍ଥାମାନଙ୍କ ସରକାରୀ ନିୟମଏବଂ ଚାକିରୀ ସର୍ତାବଳୀ ଅନୁଯାୟୀ ନିଯୁକ୍ତି ଦିଅଯାଇ ପାରିବ, ଏଏନଏମ୍ ପାସ୍ ଆଉଟମାନଙ୍କୁ ଚାକିରୀ ନ ମିିଳିବା ପର୍ଯ୍ୟନ୍ତ ଅତ୍ୟନ୍ତପକ୍ଷେ ବେକାରୀଭତା ପ୍ରଦାନ କରନ୍ତୁ । ନଚେତ୍ ଏମାନଙ୍କ ଅବସ୍ଥାଦୁର୍ବିସହ ହୋଇପଡ଼ିବ । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *