Wednesday , June 23 2021
Breaking News
Home / ବିଶେଷ / ନିଆରା ଢଙ୍ଗରେ ଦୀପାବଳୀ ପାଳନ ; ବାଣ ନୁହଁ ମାନସିକ ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇଲେ, ଗଛ ଲଗାଇଲେ

ନିଆରା ଢଙ୍ଗରେ ଦୀପାବଳୀ ପାଳନ ; ବାଣ ନୁହଁ ମାନସିକ ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇଲେ, ଗଛ ଲଗାଇଲେ

ଭୁବନେଶ୍ୱର,୨୭/୧୦/୨୦୧୯(ଓଡ଼ିଶା ସମାଚାର)- ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ‘ୟୁଥ୍ ଫର୍ ଭଲୁ୍ୟଂଟାରି ୱାର୍କ’ ତରଫରୁ ଏକ ଭିନ୍ନ ଢଙ୍ଗରେ ପବିତ୍ର ଦୀପାବାଳୀ ଉତ୍ସବ ଅନୁଷ୍ଠାନର ସଂଯୋଜକ ମୀର ଅହମଦ୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଜୟଦେବବିହାରସ୍ଥିତ “ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟ’ ପରିସରରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଆ ସିନେ ଜଗତର ଭର୍ସାଟାଇଲ୍ ଅଭିନେତା ଚନ୍ଦନ କର ଯୋଗଦେଇଥିଲେ । ଏହି ଅବସରରେ “ବାଣ ନୁହେଁ ହସ ଫୁଟାଇବା, ଗଛ ଲଗାଇ ପରିବେଶକୁ ସୁସ୍ଥ ରଖିବା” ସ୍ଲୋଗାନ୍ ନେଇ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଭିନ୍ନକ୍ଷମ ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପିଲାଙ୍କ ସହ କେକ୍ କାଟିବା, ଜଳପାନ, ମିଷ୍ଟାନ୍ନ ବଂଟନ, ନୃତ୍ୟ ଓ ସଙ୍ଗୀତ ପ୍ରଭୃତି କାର୍ଯ୍ୟକ୍ରମ ସହ ପରିବେଶକୁ ପ୍ରଦୂଷଣମୁକ୍ତ ଓ ସବୁଜ ପରିବେଶ ପାଇଁ ଅନୁଷ୍ଠାନର ପରିସରରେ ବୃକ୍ଷରୋପଣ କରିଥିଲେ । ଅଭିନେତା ଚନ୍ଦନ କହିଥିଲେ ଯେ, ଏହି ପିଲାମାନେ ମାନସିକ ଦିବ୍ୟାଙ୍ଗ ହୋଇଥାଇ ପାରନ୍ତି, କିନ୍ତୁ ମନରୁ ସେମାନେ ସର୍ବୋକ୍ରୃଷ୍ଟ । ନିଜ ଅଭିନୀତ ଫିଲ୍ମ “ବାବୁ ଆଇ ଲଭ୍ ୟୁ’, “ଛାତି ଚିରିଦେଲେ ତୁ’ ପ୍ରଭୃତି ସିନେମାର ଗୀତର ତାଳେ ତାଳେ ନୃତ୍ୟଗୀତରେ ମସଗୁଲ୍ ହୋଇଯାଇଥିଲେ ଅଭିନେତା ଚନ୍ଦନ । ବାଣ ଫୁଟାଇ ପରିବେଶକୁ ଦୂଷିତ ନ କରି ପରିବେଶ ସୁରକ୍ଷା ପାଇଁ ନିଆରା ଢଙ୍ଗରେ ବୃକ୍ଷରୋପଣ କରି କରାଯାଇଥିବା ଏହି କାର୍ଯ୍ୟକ୍ରମ ଭୂୟସୀ ପ୍ରଶଂସା କରିଥିଲେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରା, ହାସ୍ୟାଭିନେତା ଜ୍ଞାନ, ବିନୋଦ କୁମାର ରାଉତ, ଶୁଭଶ୍ରୀ, ଭାଗ୍ୟଶ୍ରୀ, ରୁଦ୍ର ରଥ, ଅରବିନ୍ଦ କାନୁନ୍ଗୋ, ବିପ୍ଳବ, ସୁଶାନ୍ତ, ଅଜିତ୍, ପିନୁ, ସତ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *