Tuesday , August 3 2021
Breaking News
Home / ବିଶେଷ / ନିଃସଙ୍ଗ ବିହଙ୍ଗ (କବିତା)   –    ସ୍ୱପ୍ନା ପଟ୍ଟନାୟକ

ନିଃସଙ୍ଗ ବିହଙ୍ଗ (କବିତା)   –    ସ୍ୱପ୍ନା ପଟ୍ଟନାୟକ

କିଛି ତ ଲାଗେନି ଭଲ

 ଶୂନ୍ୟତା ର

 ଅନ୍ୟ ନାମ ବୋଧେ ପ୍ରେମ

 ନିଜ ଭିତରେ

ନିଜକୁ ହଜାଇଦେଲା ପରେ

ତୁମେ ଭାରି ମନେପଡ଼

ଆକାଶର  ଆକାଶିଆ

 ଛାତିରେ

ଦିଶେ ତୁମ ମୁଁହ

ନିଃଶବ୍ଦତାର

ନିନାଦରେ

ଶୁଭେ ତୁମ କଥା.

ବିତିଥିବା ମୁହୂର୍ତ୍ତ ମାନେ ଖୁବ

ମନେ ପଡନ୍ତି ..

ସ୍ୱପ୍ନ ସବୁ ବାଟବଣା

ପୂର୍ବାକାଶେ ମେଘର

ଭାଙ୍ଗିବାର

ଭରା ପ୍ରୟାସ

ତମେ ବୋଧେ ଝୁରୁଥାଅ..

ନିଃସଙ୍ଗତାର ପରିସୀମା

 କାହିଁକି ଲମ୍ବିଯାଏ.??

 ଅଜାଣତେ କୋହ ରେ

ଭରିଆସେ ଆଖି

ଲୁହ ସବୁ ଲଂଘୁଥାଏ  କୂଳ…

-0-

ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *