Wednesday , June 23 2021
Breaking News
Home / ବିଶେଷ / ନାରୀ ସଶକ୍ତିକରଣ, ସଚେତନତା କାର୍ଯ୍ୟକ୍ରମ

ନାରୀ ସଶକ୍ତିକରଣ, ସଚେତନତା କାର୍ଯ୍ୟକ୍ରମ

ସୁନାବେଡା, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-ନିଷ୍ଠା ପକ୍ଷରୁ ସେମିଳିଗୁଡା ବ୍ଲକ ଉପର କାଂଟି ପଂଚାୟତରେ ନାରୀ ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଦିଚା ମଞ୍ଜୁରୀ, ଚିନ୍ତଇ ମଞ୍ଜୁରୀ, କୁମ୍ଭାର ଆମ୍ବ, ଖଜୁରୀ ପଦର ଗ୍ରାମର ମହିଳା ଉପସ୍ଥିତ ଥିଲେ । ନିଷ୍ଠାର ଅଧ୍ୟକ୍ଷା ସୁଶ୍ରୀ ମମତା ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିଷ୍ଠାର କାର୍ମକର୍ତା ମିନତୀ ମିଶ୍ର ସରକାରୀ ଯୋଜନା ପାଉନଥିବା ଲୋକେ କିପରି ପାଇପାରିବେ ଏବଂ ବାଲ୍ୟବିବାହ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ପ୍ରଣତି ନାୟକ ଅନ୍ଧବିଶ୍ୱାସ ଠୁ କିପରି ଦୂରରେ ରହିବା, ସେମାନଙ୍କ ଖାଦ୍ୟପେୟ କିଭଳି ହେବା ଉଚିତ ଏହା ଉପରେ ମତପୋଷଣ କରିଥିଲେ । ମମତା ରାୟ ନାରୀ ଅଧିକାର ଏବଂ ମହିଳାମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ନେଇ ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପର କାଂଟିର ନାୟବ ସରପଂଚ ବିଜୟ ସାଉଁତା ଏବଂ ଯୋଶୀ ଦିଶାରୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *