Thursday , June 24 2021
Breaking News
Home / ବିଶେଷ / ନାବାଳିକା କୁ ଅସଦାଚରଣ ଅଭିଯୋଗ ରେ ଯୁବକକୁ କୋର୍ଟ ଚାଲାଣ

ନାବାଳିକା କୁ ଅସଦାଚରଣ ଅଭିଯୋଗ ରେ ଯୁବକକୁ କୋର୍ଟ ଚାଲାଣ

ବାଲିଗୁଡା, ୧୫/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜାମେଣ୍ଡି ଗାଁ ର ଗୁରୁମାହା ସାହିର ଜୟୀ ପ୍ରଧାନ ଙ୍କ ପୁଅ ଅଚ୍ୟୁତ ପ୍ରଧାନ (୩୦)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସୁଚନା ଅନୁଯାୟୀ ଏକ ୧୦ ବର୍ଷର ନାବାଳିକାକୁ ଅଚ୍ୟୁତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।  ଉକ୍ତ ଅଭିଯୋଗ କୁ ଭିର୍ତ୍ତି କରି କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ପରେ କେଶ ନଂ.୧୦/୨୧ ଅଣ୍ଡର ସେକ୍ସନ ୩୪୧/୩୪୨/୫୦୬/୩୨୩/୩୫୪- ଡି ଆଇ ପି ସି ୮ ର ପୋସ୍କୋ ଧାରା ଅନୁସାରେ ଅଚ୍ୟୁତ କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଘଟଣାର ଅଧିକ ତଦନ୍ତ କରିବା ପାଇଁ ଏସ.ଆଇ ପି. ସି.ପ୍ରଧାନ ଦାୟିତ୍ୱରେ ଥିବା ବିଷୟ  କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ପ୍ରଦାନ କରିଛନ୍ତି  ।  ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *