Monday , June 21 2021
Breaking News
Home / ବିଶେଷ / ନାବାଳିକା ଉଦ୍ଧାର

ନାବାଳିକା ଉଦ୍ଧାର

ପାଟକୁରା ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ଗତ ୧୦ ଦିନ ହେଲା ନିଖୋଜ ଥିବା ନାବାଳିକାକୁ ଆଜି ପାଟକୁରା ପୁଲିସ ଉଦ୍ଧାର କରି କେନ୍ଦ୍ରାପଡା ମାଜିଷ୍ଟ୍ରେଟ ଙ୍କ ନିକଟକୁ ସମ୍ପୃକ୍ତା ନାବାଳିକାର ବୟାନ ରେକର୍ଡ କରିବା ପାଇଁ ପଠାଇଥିବାର ଜଣାଯାଇଛି ।  ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟକୁରା ଥାନା ଅର୍ନ୍ତଗତ ଡିମିରିଆ ଗ୍ରାମର ଜନୈକା ନା ବାଳିକା ଛଦ୍ମନାମ ମିଲି (୧୭)ଗତ ୧୩ ତାରିଖ ରାତ୍ରୀରୁ କେଉଁ ଆଡେ ଫେରାର ହୋଇଯାଇ ଥିବା ନେଇ ପରିବାରଙ୍କ ପକ୍ଷରୁ ପାଟକୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପାଟକୁରା ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଛି । ମାତ୍ର ପାଟକୁରା ପୁଲିସ ଏଏସ୍ଆଇ ଦେବେନ୍ଦ୍ରନାଥ ବେହେରା ଆଜି କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାପଡା ସଦର ଥାନା ଅର୍ନ୍ତଗତ ନରିଲୋ ଗ୍ରାମରୁ ସମ୍ପୃକ୍ତା ନାବାଳିକାଙ୍କୁ ଉଦ୍ଧାର କରି ଥାନାକୁ ଆଣିଛନ୍ତି । ଅପରାହ୍ନରେ ସମୃକ୍ତା ନା ବାଳିକାର ବୟାନ ରେକର୍ଡ କରାଯିବା ପାଇଁ କେନ୍ଦ୍ରାପଡା ମାଜିଷ୍ଟ୍ରେଟ ଙ୍କ ନିକଟକୁ ପଠାଯାଇଛି ବୋଲି ପୁଲିସ ପ୍ରକାଶ କରିଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *