Tuesday , June 15 2021
Breaking News
Home / ତାଜା ଖବର / ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଫାସି ଦଣ୍ଡ ଆସିବା ପରେ ମଧ୍ୟ ରାଜ୍ୟରେ ଥମୁନି ଲଜ୍ଜା । କମୁନାହିଁ ନାରୀ ପ୍ରତି ନିର୍ଯ୍ୟାତନା । ମନୁଷ୍ୟର ମାନବିକତା ଭୁଲି ନିଜ ଶରୀରର ଭୋକ ମେଂଟାଇବାକୁ ଦୁଷ୍କର୍ମ କରୁଛି । ଏଥିପ୍ରତି କଠୋର ଦଣ୍ଡିବଧାନ ପରେ ମଧ୍ୟ ଏପରି କାର୍ଯ୍ୟର ପୂନରାବୃତି ଘଟୁଛି । ଏଭଳି ଏକ ଘୃଣ୍ୟ ଅପରାଧର ଶିକାର ହୋଇଛି ପୁଣି ଜଣେ ନାବାଳିକା । ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ସମାଜ କଳୁଷିତ ହେଲାଣି । ଲୋକଙ୍କ ମନରେ ହୀନ ମାନସିକତା କାରଣରୁ ଅନେକ ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେଉଛନ୍ତି । ଶିଶୁକନ୍ୟା ଠାରୁ ଆରମ୍ଭ କରି ନାବାଳିକା, ମହିଳା ଏପରିକି ବୃଦ୍ଧା ମଧ୍ୟ ଏପରି ଘୃଣ୍ୟ କାର୍ଯ୍ୟର ଶିକାର ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ନାବାଳିକା ଜଣକ ଟ୍ୟୁସନ ଯାଇଥିଲେ । ଘରକୁ ଫେରିବା ରାସ୍ତାରୁ ଜଣେ ଯୁବକ ତାଙ୍କୁ ଟେକିନେଇ ଏକ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଟ୍ୟୁସନରୁ ଝିଅ ଫେରିବାରେ ବିଳମ୍ବ ହେବାରୁ ବାପା ମା ବ୍ୟସ୍ତ ହୋଇପଡ଼ିଥିଲେ । ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଏକ ନରୋଳା ସ୍ଥାନରେ ପଡ଼ିଥିବା ଦେଖି ଉଦ୍ଧାର କରିଥିଲେ । ଏନେଇ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *