Sunday , June 20 2021
Breaking News
Home / ତାଜା ଖବର / ନାବାଳିକାକୁ ଅମାନୁଷିକ ଭାବେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାସି ଦଣ୍ଡାଦେଶ

ନାବାଳିକାକୁ ଅମାନୁଷିକ ଭାବେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାସି ଦଣ୍ଡାଦେଶ

ଅନୁଗୁଳ / ଭୁବନେଶ୍ୱର,୨୬/୦୭/୨୦୧୯(ଓଡ଼ିଶା ସମାଚାର)- ଜଣେ ଅମଣିଷିଆ କୁ ଫାସି ଦଣ୍ଡ ମିଳିଛି । ଜଣେ ମଣିଷ ଯଦି ଏଭଳି କାର୍ଯ୍ୟ କରେ ତାକୁ ନିଶ୍ଚୟ ଅମଣିଷିଆ କୁହାଯିବ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ତାକୁ ପଥରରେ ଛେଚି ହତ୍ୟାକରି ନିକଟରେ ଥିବା ନାଳରେ ପକାଇଦେଇଥିଲା ଏହି ଅମଣିଷିଆ । ଏହି ଘଟଣା ଘଟିଥିଲା ଅନୁଗୁଳ ଅଂଚଳର କାଙ୍ଗୁଲାରେ ଗତ ଜାନୁଆରୀ ମାସ ୨୦ ତାରିଖରେ । ୧୨ ବର୍ଷର ସମ୍ପୃକ୍ତ ନାବାଳିକା ଜଣକ ନିଜ ବାପା ଙ୍କ ନିକଟକୁ ଖାଦ୍ୟ ନେଇଯାଉଥିବାବେଳେ ରାସ୍ତାରେ ଏକୁଟିଆ ପାଇ ଅଭିଯୁକ୍ତ ଅନାମ ଦେହୁରୀ ନିକଟରେ ଥିବା ଏକ ବୁଦା ମୂଳକୁ ନେଇ ଦୁଷ୍କର୍ମ କରିଥିଲା ଓ ତାକୁ ଅମାନୁଷିକଭାବେ ପଥରରେ ଛେଚି ହତ୍ୟାକରି ନିକଟରେ ଥିବା ନାଳରେ ପକାଇ ଦେଇ ଫେରାର ହୋଇଯାଇଥିଲା । ଏହି ଘଟଣା ପରେ ସେଠାରେ ଆଇକାନୁନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଶେଷରେ ଅଭିଯୁକ୍ତ ଅନାମକୁ କୋକାତାରୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଏହି ମାମଲାରେ ୩୬ ଜଣ ସାକ୍ଷୀ ଙ୍କ ବୟାନ କୁ ଭିତିକରି ପୋକ୍ସୋ କୋର୍ଟ ଅଭିଯୁକ୍ତ ଅନାମ ଦେହୁରୀକୁ ଫାସୀ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତଙ୍କ ସପକ୍ଷରେ କୌଣସି ଓକିଲ ଲଢ଼ିନଥିଲେ । ପୋକ୍ସା ଆଇନ ହେବା ପରେ ଓଡ଼ିଶାରେ ଏହା ପ୍ରଥମ ଫାସି ଦଣ୍ଡ ବୋଲି କୁହାଯାଉଛି । ଏହି ଦଣ୍ଡାଦେଶ ସମ୍ପର୍କରେ ସରକାରୀ ଓକିଲ ସରୋଜ ପଟ୍ଟନାୟକ ସୂଚନା ଦେବା ପରେ ଏହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *