Thursday , June 17 2021
Breaking News
Home / ବିଶେଷ / ନାବାର୍ଡ଼ ପକ୍ଷରୁ ଏସଏଚଜି ମହିଳାଙ୍କୁ ରେକର୍ଡ଼ ପତ୍ର ପରିଚାଳନା ସମ୍ପର୍କିତ ତାଲିମ

ନାବାର୍ଡ଼ ପକ୍ଷରୁ ଏସଏଚଜି ମହିଳାଙ୍କୁ ରେକର୍ଡ଼ ପତ୍ର ପରିଚାଳନା ସମ୍ପର୍କିତ ତାଲିମ

ରଘୁନାଥପୁର,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗାସ୍ଥିତ ନବଜ୍ୟୋତି କ୍ଲବ୍ ସଭା କକ୍ଷରେ ନାବାର୍ଡ଼ ପକ୍ଷରୁ ତୃଣମୂଳ ସ୍ତରରେ ଏକ ଏସଏଚଜି ମହିଳାଙ୍କୁ ଦିନିକିଆ ରେକର୍ଡ଼ ପତ୍ର ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି । ନାବାର୍ଡ଼ ର ଡ଼ିଡ଼ିଏମ ବିଶ୍ୱଭୁଷଣ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିବିରକୁ ନବଜ୍ୟୋତି କ୍ଲବ୍ ର ସମ୍ପାଦକ ତଥା ମାଷ୍ଟର ଟ୍ରେନର କ୍ଷୀରୋଦ କୁମାର ଦାଶ ପରିଚାଳନା କରିଥିଲେ । ୟୁକୋ ବ୍ୟାଙ୍କର ଏଲଡ଼ିଏମ ଏସକେ ପାତ୍ର ଓ ଏଫଏଲସି ଅନାଦି ଚରଣ ଖୁଂଟିଆ , ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ , ମିଶନଶକ୍ତି ବିପିସି ସ୍ନେହପ୍ରିୟା ସ୍ୱାଇଁ , ଓଏଲଏମ ର ବିଶ୍ୱଜିତା ଦାସ, ଟ୍ରେନର ନୀରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମାଂଚଳରେ ଗଢ଼ିଉଠୁଥିବା ସ୍ୱୟଂ ସହାୟକ ଦଳ ମାନଙ୍କର ମାସିକ ବୈଠକ ବିବରଣୀର ହିସାବ ଲିଖନ ଶୈଳି , ଆୟ ବ୍ୟୟ ହିସାବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା । ବ୍ୟାଙ୍କ ସମ୍ପର୍କିତ ସମସ୍ତ କାଗଜ ପତ୍ରର ହିସାବ ଗ୍ରେଡ଼ିଂ କରିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଡ଼ିଡ଼ିଏ ମହାନ୍ତି ମହିଳା ଗୃପ ମାନଙ୍କର ଲକ୍ଷ ଓ ଉଦେଶ୍ୟ କଣ ରହିବା ଉଚିତ , ଏହାର କିପରି ଉନ୍ନତି କରାଯାଇ ପାରିବ ସେ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ଋଣ ନେଇ ପରିଶୋଧ କରୁନଥିବା ଗୃପ କିପରି ନିଜର ମାନସିକତାକୁ ବଦଳାଇ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଇନ୍ସ୍ୟୁରାନ୍ସ ଓ ଡ଼ିଜିଯାଇଜେସନ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଶିବିରରେ ୨୫ ଟି ଗୃପ ରୁ ୫୦ ଜଣ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରେଢ଼ୁଆ ଶାଖା ପକ୍ଷରୁ ୨ ଟି ଗୃପ କୁ ମଂଜୁର ଚିଠି ପ୍ରଦାନ କରାଯାଇଥିଲା । ସ୍ୱେଛାସେବୀ ପ୍ରିୟଙ୍କା ମହାପାତ୍ର ନିଜର ଅନୁଭୁତି ପ୍ରକାଶ କରିବା ପରେ ନବଜ୍ୟୋତି କ୍ଲବ୍ ର ସଭାନେତ୍ରୀ ଶାନ୍ତିଲତା ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *