Sunday , June 20 2021
Home / ତାଜା ଖବର / ନାବାଳକର ବେକ କାଟିଦେଲେ ଦୁର୍ବୃତ

ନାବାଳକର ବେକ କାଟିଦେଲେ ଦୁର୍ବୃତ

କେନ୍ଦ୍ରାପଡ଼ା ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ନାବାଳକର ବେକ କାଟି ଦେଇଛନ୍ତି ଅଜଣା ଦୁର୍ବୃତ୍ତ। ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସଦରଥାନା ଅଞ୍ଚଳର ଟୁବିହୁଡା ଗ୍ରାମରେ । ଡ଼େରାବିଶ ଥାନା ଅଟାବୁହା ଅଂଚଳର ନାବାଳକଟି ତାର ମାମୁଁ ଘରକୁ ବୁଲିବାକୁ ଯାଇଥିଲା । ତାଙ୍କ ମାମୁଁ ଘର ଟୁବିହୁଡା ଗ୍ରାମରେ । ନାବାଳକ ଜଣକ ଖେଳୁଥିବାବେଳେ କେହି ଦୁର୍ବୃତ ଏଭଳି କାଣ୍ଡ ଘଟାଇଛି । ନାବାଳକର ବେକ କାଟିବା ସହ ତାର ହାତ ନଖକୁ ପଥରରେ ଛେଚି ଦେଇଥିଲେ ଦୁର୍ବୃତ୍ତମାନେ। ଗୁରୁତର ଅବସ୍ଥାରେ ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାହିଁକି ନାବାଳକର ବେକ କାଟିଲେ, ତାହା ଏପର୍ୟ୍ୟନ୍ତ ଜଣାପଡି ନାହିଁ। ସଦର ଥାନା ଅଧିକାରୀ ଓ ଏସଡ଼ିପିଓ ଘଟଣାସ୍ଥଳରେ ପହଂଚିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *