Thursday , June 17 2021
Breaking News
Home / ତାଜା ଖବର / ନାଏବ ସରପଂଚଙ୍କ ଗଳାକାଟି ହତ୍ୟା

ନାଏବ ସରପଂଚଙ୍କ ଗଳାକାଟି ହତ୍ୟା

 

ମାଲକାନଗିରି,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ନକ୍ସଲ ମାନେ ଗତକାଲି ବିଳମ୍ବିତ ରାତିରେ ବର୍ବରୋଚିତ କାଣ୍ଡ ଘଟାଇଛନ୍ତି  । ସେମାନେ କୁମ୍ବାକୋଣ୍ଡା ଥାନା ଅନ୍ତର୍ଗତ ଛୋଟେଗୁଡ଼ରା ଗ୍ରାମର ନାଏବ ସରପଂଚ ଲଖମା ମଣ୍ଡାବିଙ୍କ ଗଳାକାଟି ଅତ୍ୟନ୍ତ ନୃସଂଶ ଭାବେ ହତ୍ୟା କରିଛନ୍ତି  । ଗତକାଲି ରାତିରେ ୧୦ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଆସି ନାଏବ ସରପଂଚଙ୍କୁ ଘରୁ ଡାକି ନେଇଥିଲେ  । ପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ  । ଆଜି ସକାଳେ ଗାଁ ମୁଣ୍ଡରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ  । ସେମାନେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ  । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି  । ଗାଁରେ ଉପ ନିର୍ବାଚନ ତାରିଖ ଘୋଷଣା ହେବା ପରେ ନକ୍ସଲ ମାନେ ଏଭଳି ବର୍ବରୋଚିତ କାଣ୍ଡ ଘଟାଇଛନ୍ତି  । ନିର୍ବାଚନକୁ ଭଣ୍ଡୁର କରିବା ଲକ୍ଷ୍ୟ ନେଇ ସେମାନେ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି  । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *