Wednesday , June 16 2021
Breaking News
Home / ବିଶେଷ / ନରସିଂହପୁର ପ୍ରେସ କ୍ଲବ ଗଠନ ଓ କର୍ମକର୍ତା

ନରସିଂହପୁର ପ୍ରେସ କ୍ଲବ ଗଠନ ଓ କର୍ମକର୍ତା

ନରସିଂହପୁର, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ନରସିଂହପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଏକ ବୈଠକ ଖାରୋଡସ୍ଥିତ ମହାକାଳୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଭିନ୍ନକ୍ଷେତ୍ରରେ କିଭଳି କଟୁ ମନ୍ତବ୍ୟ ଦେବା ସହ ସେମାନଙ୍କୁ ବେଖାତିର ଭାବ ଦେଖାଉଛନ୍ତି । ଏ ପରିପ୍ରେକ୍ଷୀରେ ରବିବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସାମ୍ବାଦିକମାନଙ୍କ ମଧ୍ୟରେ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ କିଭଳି ସଙ୍ଘୀୟ ଭାବେ ରହିବା ଆବଶ୍ୟକ ସେ ନେଇ ଆଲୋଚନା ହୋଇଥିଲା । ଉପସ୍ଥିତ ସାମ୍ବାଦିକମାନଙ୍କ ସର୍ବସମ୍ମତକ୍ରମେ ନରସିଂହପୁର ପ୍ରେସ କ୍ଲବ ନରସିଂହପୁର ଗଠନ କରାଯିବା ପାଇଁ ନିଷ୍ପତିି ନିଆଯାଇଥିଲା । ସର୍ବସମ୍ମତିକ୍ରମେ ଦେବୀପ୍ରସାଦ ରଥ ସଭାପତି, ଭୂପେନକୁମାର ଦାଶ ସମ୍ପାଦକ, ସୁରେଶ ମହାନ୍ତି ଉପସଭାପତି, ଦିବ୍ୟଲୋଚନ ମହାନ୍ତି କୋଷାଧ୍ୟକ୍ଷ, କ୍ଲବର ଉପଦେଷ୍ଟା ଭାବେ ସାମ୍ବାଦିକ ବିିନବିହାରୀ ପଣ୍ଡା, ପ୍ରମୋଦକୁମାର ରାଉତ, ଦିଲିକୁମାର ପଣ୍ଡା କାର୍ଯ୍ୟ ସମ୍ପାଦନା କରିବାକୁ ନିଷ୍ପତିି ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଦେବଦତ ମଳୟକୁମାର ବରାଳ, ରମେଶଚନ୍ଦ୍ର ପାଢୀ, ଅଜୟକୁମାର ପଣ୍ଡା, ମନମୋହନ ସାହୁ, ପ୍ରଦୀପ ନାୟକ, ବିଶ୍ୱନାଥ ଜେନା, ଅଜୟକୁମାର ସାହୁ, ବିଜୟକୁମାର ସୁବୁଦ୍ଧି, ସଞ୍ଜୟ ପଟ୍ଟନାୟକ, ସୁବାଷଚନ୍ଦ୍ର ନାୟକ, ପ୍ରମୋଦ ଉପାଧ୍ୟାୟ, ଶାନ୍ତନୁକୁମାର ଗାଆଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *