Thursday , June 24 2021
Breaking News
Home / ବିଶେଷ / ନବୀନ ସରକାରରେ କାହାରି ଦାନାପାଣି ମରାଯିବ ନାହିଁ : ବିଧାୟକ ଅନନ୍ତ ଜେନା

ନବୀନ ସରକାରରେ କାହାରି ଦାନାପାଣି ମରାଯିବ ନାହିଁ : ବିଧାୟକ ଅନନ୍ତ ଜେନା

ଭୁବନେଶ୍ୱର, ୨୮/୦୧/୨୦୨୧ (ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ କାହାରି ପେଟ ଅପୋଷା ରଖାଯିବ ନାହିଁ କି କାହାରି ଦାନାପାଣିରେ ଆଂଚ ଆଣିବାକୁ ଦିଆଯିବ ନାହିଁ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଦୃଢତାର ସହ କହିଛନ୍ତି ।
ସ୍ଥାନୀୟ ୨ ନମ୍ବର ୟୁନିଟ୍ ସ୍ଥିତ ବାଟ ମହାବୀର ବ୍ୟବସାୟୀ ସଂଘ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧ୍ୟ ବିଧାୟକ ଶ୍ରୀ ଜେନା କହିଲେ ଯେ, ଦୀର୍ଘ ୧୪ ବର୍ଷ ଧରି ରାଜମହଲ ଛକ ନିକଟରେ ୨ଶହ ଦୋକାନୀ ବେପାର ବଣିଜ କରି ଆସୁଛନ୍ତି । ଏମାନେ ବାଟ ମହାବୀର ବ୍ୟବସାୟୀ ସଂଘ ସହିତ ଓତଃପ୍ରୋତ ଭାବେ ଜଡିତ । ୨ଶହ ଦୋକାନରେ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ବ୍ୟବସାୟୀ ପ୍ରତିପୋଷଣ ହୋଇଥାନ୍ତି । ସେହି ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରି ବିଧାୟକ ଶ୍ରୀ ଜେନା କହିଲେ ଯେ, ଦୋକାନୀ ଭାଇମାନେ ସ୍ଥାନୀୟ ଲୋକଙ୍କ ସହିତ ସୁସମ୍ପର୍କ ରଖି ବେପାର ବଣିଜ କରନ୍ତୁ । ନବୀନ ପଟ୍ଟନାୟକଙ୍କ ସରକାର ସମସ୍ତଙ୍କୁ ଥଇଥାନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏଣୁ ସମସ୍ତେ କିପରି ଥଇଥାନ ହେବେ, ତାର ବ୍ୟବସ୍ଥା ଶୀଘ୍ର କରାଯିବ ।
ବିଜେଡ଼ି ରାଜ୍ୟ କମିଟି ଯୁଗ୍ମ ସମ୍ପାଦକ ତଥା ବାଟ ମହାବୀର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଅଧିବେଶନରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ରାଜ୍ୟଶାଖା ସାଧାରଣ ସମ୍ପାଦକ ଡଃ କରୁଣାକର ପ୍ରଧାନ, ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସଞ୍ଜୟ ଅଗ୍ରୱାଲ, ୪୦ ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ରାମଚନ୍ଦ୍ର ପ୍ରଧାନ, ସାପ୍ତାହିକ ସମ୍ବାପତ୍ର ‘ଇପିଏ’ର ସମ୍ପାଦକ ଅନିଲ ପ୍ରସାଦ ମିଶ୍ର, ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ‘ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଚକ୍ରବର୍ତୀ ଓ ସମାଜସେବୀ ହିମାଂଶୁ ଭୂଷଣ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୋକାନୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *