Sunday , June 13 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିଲିଫ୍ ପାଣ୍ଠିକୁ ଦେଲେ ୩ କୋଟି ଟଙ୍କା

ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିଲିଫ୍ ପାଣ୍ଠିକୁ ଦେଲେ ୩ କୋଟି ଟଙ୍କା

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଫାନି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ୍) ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶନିବାର ରାଜ୍ୟ ସଚିବାଳୟରେ ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ସହାୟତା ରାଶି ପ୍ରଦାନ କରିବା ପରେ ଜେଏସ୍ପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଥିଲେ ଯେ, ଏକ ଦାୟୀତ୍ୱବାନ କର୍ପୋରେଟ୍ ଭାବରେ ଜେଏସ୍ପିଏଲ୍ ସବୁବେଳେ ପ୍ରାକୃତିକ ଦୁର୍ବିପାକ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିଆସିଛି । ଫାନି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଂଚଳର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଅମେ ଓଡ଼ିଶାର ଜନସାଧାରଣ ତଥା ସରକାରଙ୍କ ସହିତ ରହିଛୁ । ରାଜ୍ୟ ସରକାରଙ୍କ ଦୁର୍ବିପାକ ପରିଚାଳନାକୁ ସେ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । ଫାନି ବାତ୍ୟା ପରେ ଜେଏସ୍ପିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନୁଷ୍ଠାନ ଜେଏସ୍ପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀରେ ଜିଲ୍ଲା ପ୍ରଶାସନର ସମନ୍ୱୟରେ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଏକ ଲକ୍ଷ ମିଲ୍ (ରନ୍ଧା ଖାଦ୍ୟ) ଯୋଗାଇ ଦିଆଯାଇଥିଲା । ଏହା ବ୍ୟତୀତ, ସୁନ୍ଦରଗଡର ଟେନ୍ସା ଠାରେ ଥିବା ଜେଏସ୍ପିଏଲ୍ ଟିଆର୍ବି ମାଇନ୍ସ ପକ୍ଷରୁ ୫୦୦୦୦ ଲିଟର ପାନୀୟ ଜଳ ଏବଂ ଅନୁଗୁଳ କାରଖାନା ପକ୍ଷରୁ ସରକାରୀ କାର୍ଯ୍ୟାଳୟ ମରାମତି ନିମନ୍ତେ ସିମେଂଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *