Tuesday , June 15 2021
Breaking News
Home / ଶିକ୍ଷା / ନବକୃଷ୍ଣ ଚୌଧୁରୀ ଶିକ୍ଷା ଓ ବୈଶୟିକ ଶିକ୍ଷା ପ୍ରତିଷ୍ଠାନରେ ଏକାଦଶ ଶ୍ରେଣୀରେ ପାଠପଢା ଆରମ୍ଭ 

ନବକୃଷ୍ଣ ଚୌଧୁରୀ ଶିକ୍ଷା ଓ ବୈଶୟିକ ଶିକ୍ଷା ପ୍ରତିଷ୍ଠାନରେ ଏକାଦଶ ଶ୍ରେଣୀରେ ପାଠପଢା ଆରମ୍ଭ 

ରଘୁନାଥପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ତରିକୁନ୍ଦ ଠାରେ ଥିବା ଶିକ୍ଷା ଓ ବୈଶୟିକ ଶିକ୍ଷା ପ୍ରତିଷ୍ଠାନରେ ଏକାଦଶ ଶ୍ରେଣୀରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍ ନିୟମ ଅନୁସାରେ ଶିକ୍ଷା ଦାନ ଆରମ୍ଭ କରାଯାଇଅଛି । ପ୍ରଥମେ ଛାତ୍ରଛାତ୍ରୀମାନେ କୋଭିଡ୍ କଟକଣା ଓ ମାସ୍କ ପରିଧାନ ଓ ହାତକୁ ସାଇଟାଇଜ କରିଥିଲେ । ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷା କରି ଏକ ଅଭିନନ୍ଦନ ସଭା କରାଯାଇଥିଲା । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ବିରକିଶୋର ରାଉତରାୟ, କଲେଜ ଅଧ୍ୟକ୍ଷା, ଜୟନ୍ତୀ ମହାନ୍ତି, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗଦେଇ ପାଠପଢା ସହ ନିଜର କର୍ତବ୍ୟ ସଂପାଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । କଲେଜ ଅଧ୍ୟକ୍ଷା ସାମାଜିକ ମୂଲ୍ୟବୋଧ, ଶୃଙ୍ଖଳାଜ୍ଞାନ ରକ୍ଷା କରି ଛାତ୍ରଛାତ୍ରୀ ମାନେ ନିଷ୍ଠାର ସହିତ ଶିକ୍ଷା ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *