Saturday , June 19 2021
Breaking News
Home / ବିଶେଷ / ନଦୀ ବନ୍ଧକୁ ଦୁର୍ବଳ କରୁଛି ବାବୁଜଙ୍ଗ ବାଲି ଘାଟ – ଚିନ୍ତାରେ ଚାରି ପଂଚାୟତବାସୀ 

ନଦୀ ବନ୍ଧକୁ ଦୁର୍ବଳ କରୁଛି ବାବୁଜଙ୍ଗ ବାଲି ଘାଟ – ଚିନ୍ତାରେ ଚାରି ପଂଚାୟତବାସୀ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲା କିଶନନଗର ତହସିଲ ଉତରକୂଳ ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ବାବୁଜଙ୍ଗ ବାଲି ଘାଟ ଏହି ତହସିଲ ଅଧିନରେ ଥିବା ଚାରିଗୋଟି ପଂଚାୟତ ଯଥା: ବାବୁଜଙ୍ଗ, ଉତରକୂଳ, ମଣିଜଙ୍ଗ ଓ ମହମ୍ମଦପୁରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି । ସୂଚନାଯୋଗ୍ୟ କି ଦୀର୍ଘ ବର୍ଷ ହେବ ମହାନଦୀର ଉତରପାଶ୍ୱର୍ ନଦୀ ବନ୍ଧ ମରାମତି କିମ୍ବା ସୁଦୃଢ଼ୀକରଣ କାର୍ଯ୍ୟ ହୋଇନଥିବାବେଳେ ଏହି ବନ୍ଧ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଏପରିକି ଗତ ବର୍ଷ ଏହି ବନ୍ଧର ପିଁପୁର ଠାରେ ବାଲିଘାଟକୁ ବର୍ଷାଦିନେ ଉତୋଳନ ପାଇଁ ତହସିଲଦାରଙ୍କ ଅହେତୁକ ଅନୁକମ୍ପା ଯୋଗୁ ସେଠାରେ ଘାଇ ହେବାର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଚଳିତ ବର୍ଷ ନଦୀବର୍ଷ ସୁଦୃଢ଼ୀକରଣ କରାନଯାଇ ବାବୁଜଙ୍ଗ ବାଲିଘାଟରୁ ୫୦ ଟନ ଓଜନର ବେଆଇନୀ ଓଦା ବାଲି ବୋଝେଇ ହାଇୱା ବାବୁଜଙ୍ଗ ଠାରୁ ମାହାଳହାଟ ବନ୍ଧରେ ଯାତାୟତ କରୁଥିବାବେଳେ ଏହି ୫ କିମି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ଅଣସସାରିଆ ରାସ୍ତାରେ ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟକର ହୋଇଥିବାବେଳେ କେତେବେଳେ ଯେ ଦୁଇ ଚକିଆ ଯାନ ଓ ସାଇକେଲ ଆରୋହୀମାନେ ଏହି ଖାଲ ଢ଼ିପ ରାସ୍ତାରେ ଦୂର୍ଘଟଣା ହୋଇ ଜୀବନ ନଯିବ ତାହା କହିହେବ ନାହିଁ ।  ଦୈନିକ ଶହ ଶହ ଟ୍ରିପ୍ ବାଲି ବୋଝେଇ ହାଇୱା ଯାତାୟତ କରୁଥିବାରୁ ଦୁର୍ବଳ ନଦୀ ବନ୍ଧରେ ଅନେକ ସ୍ଥାନରେ ଘାଇ ହେବାର ସମ୍ଭାବନା ରହିଛି । ଏଠାରେ ନଦୀ ବନ୍ଧରେ ଘାଇ ହେଲେ ଚାରିଗୋଟି ପଂଚାୟତର ଧନ ଜୀବନ ନଷ୍ଟ ହେବା ସହିତ ହଜାର ହଜାର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ବାଲିଚର ହୋଇଯିବ ।  ଗତ ବର୍ଷ ପରି ଚଳିତ ବର୍ଷ ବନ୍ୟା ଆସିଲେ ନଦୀ କୂଳିଆ ଗ୍ରାମବାସୀମାନେ ଖରା ବର୍ଷା ଓ କାକରରେ ନଦୀ ବନ୍ଧରେ ଆଶ୍ରୟ ନେବାକୁ ବାଧ୍ୟ ହେବେ । ଏହାକୁ ଦୃଷ୍ଟିରେ ରଖି ଏହି ବାବୁଜଙ୍ଗ ବାଲିଘାଟକୁ ସମ୍ପୂର୍ଣ୍ଣ ବାତିଲ କରିବା ସହିତ ବାବୁଜଙ୍ଗ ଠାରୁ ମାହାଳ ହାଟ ପର୍ଯ୍ୟନ୍ତ ୫ କିମି ରାସ୍ତାକୁ ବନ୍ୟା ଆସିବା ପୂର୍ବରୁ ସୁଦୃଢ଼ୀକରଣ କରାଯିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ପିତାମ୍ବର ପରିଜା, ପ୍ରମୋଦ କୁମାର ପରିଜା, ବିଭୁତି ମହାନ୍ତି, ଝାଟୁ ମହାନ୍ତି ପ୍ରମୁଖ କଟକ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *