Thursday , June 17 2021
Breaking News
Home / ତାଜା ଖବର / ନଦୀରୁ  ଯୁବକର ମୃତୁ୍ୟଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ନଦୀରୁ  ଯୁବକର ମୃତୁ୍ୟଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

କେନ୍ଦ୍ରାପଡା, ୦୮/୦୯/୨୦୧୯(ଓଡ଼ିଶା ସମାଚାର)- ସଦରଥାନା ଅନ୍ତର୍ଗତ କୁଶିଆପାଳ ଗ୍ରାମନିକଟ  ଗୋବରୀନଦୀ ପାଣିରୁ ଶନିବାର ରାତିରୁ  ଘରୁ ନିଖୋଜ ଥିବା ସେହି ଗ୍ରାମର ପ୍ରସନ୍ନ ନାୟକ(୩୮)ଙ୍କ ମୃତ ଦେହ   ରବିବାର ଉଦ୍ଧାର କରାଯାଇଛି ।  ମୃତକର ସ୍ତ୍ରୀ ସୁଜାତା ନାୟକ ରବିବାର  ସଦରଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରସନ୍ନକୁ ହତ୍ୟା କରାଯାଇଛି ବୋଲି ।  ସଦରଥାନା ପୋଲିସ ଏ ସମ୍ପର୍କରେ ୩୦/୨୦୧୯ରେ  ଏକ ଅପମୃତୁ୍ୟ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।  ମୃତଦେହକୁ ବ୍ୟବଚ୍ଛେଦପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସଦରଥାନା ଭାରପ୍ରାପ୍ତ ଅଧିକାରୀ ମହେଶ୍ୱର ସେଠୀଙ୍କଠାରୁ ସୂଚନା ମିଳିଛି  ।  ଓଡ଼ିଶା ସମାଚାର

About admin

Check Also

ବାଲିଗୁଡା: ହୃଦଘାତରେ ଓଡ଼ିଆ ସେନା ଜବାନଙ୍କ ମୃତ୍ୟୁ : ଜବାନଙ୍କ ନିଜ ଗାଁ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ 

ବାଲିଗୁଡା, ୧୫/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ପେଟାପାଙ୍ଗା ପଞ୍ଚାୟତର ବାଗାରାମା  …

Leave a Reply

Your email address will not be published. Required fields are marked *