Monday , June 21 2021
Breaking News
Home / ତାଜା ଖବର / ନକଲି ରେଲ୍ୱେ ଅଧିକାରୀ ଗିରଫ

ନକଲି ରେଲ୍ୱେ ଅଧିକାରୀ ଗିରଫ

 

ବଲାଙ୍ଗିର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ନିଜକୁ ରେଳ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହି ଲୋକଙ୍କୁ ଠକୁଥିବା ଜଣେ ଠକ ଯୁବକଙ୍କୁ ରେଲୱେ ପୁଲିସ ଗିରଫ କରିଛି  । ଗିରଫ ଯୁବକ ଜଣଙ୍କ ଲୋଇସିଂହା ଥାନା ଅନ୍ତର୍ଗତ ବାଦିବାହାଲ ଗାଁର ହୃଷିକେଶ ଦାସ (୩୩) ବୋଲି ଜଣାପଡ଼ିଛି । ବଲାଙ୍ଗିର ଷ୍ଟେସନ ସ୍ଥିତ ଆରକ୍ଷଣ ଟିକେଟ୍ କାଉଂଟରରେ ଆର୍ପିଏଫ୍ ତାଙ୍କୁ ଯାଂଚ କଲା ବେଳେ ସେ ରେଳ ଟିକେଟ ଦଲାଲୀ କରୁଥିବା ସ୍ୱୀକାର କରିଥିଲା  । ହୃଷିକେଶଙ୍କ ନିକଟରୁ ପୁଲିସ ଆସିଷ୍ଟାଂଟ ଷ୍ଟେସନ ମାଷ୍ଟର ଓ ସ୍ପେସିଆଲ ଅଡିଟର (କର୍ମସିଆଲ) ଲେଖା ଥିବା ଦୁଇଟି ଜାଲ ପ୍ରମାଣପତ୍ର ଜବତ କରିଛି । ଏହା ସହିତ ତା ନିକଟରୁ ପୁଲିସ ୩ ଟି ମୋବାଇଲ ଫୋନ୍, ଟିକେଟ ଆବେଦନ ଫର୍ମ , ନଗଦ ଟଙ୍କା, ଗ୍ରାହକଙ୍କ ଠିକଣା , ପାନ କାର୍ଡ, ଆଧାର କାର୍ଡ ଓ ଟିକେଟ ସମ୍ବନ୍ଧୀୟ ଏକ ନୋଟ ଖାତା ମଧ୍ୟ ପୁଲିସ ଜବତ କରିଛି  । ଅଭିଯୁକ୍ତ ଯୁବକଙ୍କ ନାଁରେ ପୁଲିସ ରେଳବାଇ ଅଧିନିୟମର ଧାରା ୧୪୩ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି  । ମିଳିଥିବା ସୂଚନା ଅନୁଯାୟୀ ରେଳ ଟିକେଟକୁ ନେଇ ଦଲାଲ ସକ୍ରିୟ ଥିବା ନେଇ ଅଭିଯୋଗ ହେଉଥିଲା । ତେଣୁ ରେଳୱେ ପୁଲିସ ତରଫରୁ ବିଭିନ୍ନ ଟିକେଟ କାଉଂଟରରେ ଯାଂଚ ଜାରି ରହିଛି  । ହୃଷିକେଶ ସଂରକ୍ଷିତ ଟିକେଟ କାଉଂଟରରେ ଲାଇନରେ ଛିଡ଼ା ହୋଇଥିଲେ । କାହା ପାଇଁ ଟିକେଟ କାଟୁଛ ବୋଲି ପୁଲିସ ତାଙ୍କୁ ପଚାରିଥିଲା  । ପୁଲିସକୁ କୌଣସି ଏକ ନାମ କହି ସେଠାରେ ସେ ଚାଲି ଯିବାକୁ ଉଦ୍ୟମ କରିଥିଲେ  । ତେବେ ପୁଲିସ ପୁଣି ପଚାରିବାରୁ ସେ ହରିଶଙ୍କର ଷ୍ଟେସନର ଆସିଷ୍ଟାଂଟ ଷ୍ଟେସନ ମ୍ୟାନେଜର ବୋଲି ପରିଚୟ ଦେଇଥିଲେ  । ତେବେ ପୁଲିସ ହରିଶଙ୍କର ଷ୍ଟେସନକୁ ପଚାରିବାରେ ହୃଷିକେଶ ମିଛ କହୁଥିବା ଜଣା ପଡିଯାଇଥିଲା । ଏହା ପରେ ପୁଲିସ ହୃଷିକେଶ ଧରିଥିବା ବ୍ୟାଗକୁ ଯାଂଚ କରିବାରୁ ନକଲି ପ୍ରମାଣ ପତ୍ର ସହିତ ଅନ୍ୟାନ୍ୟ ଜିନିଷ ମିଳିଥିଲା  । ପୁଲିସ ପଚରା ଉଚୁରା ସମୟରେ ହୃଷିକେଶ ନିଜେ ଟିକେଟ ବ୍ଲାକ୍ କରୁଥିବା ସ୍ୱୀକାର କରୁଥିଲେ । ବିଭିନ୍ନ ଟିକେଟ କାଉଂଟରରେ ଟିକେଟ କାଟି ସେ ଏଭଳି ବ୍ଲାକ କରୁଥିବା କହିଛନ୍ତି  । ଗୋଟାଏ ଟିକେଟରେ ସେ ପ୍ରାୟ ଦୁଇଶହ ଟଙ୍କା ପାଉଥିବା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *