Tuesday , June 15 2021
Breaking News
Home / କୃଷି / ଧାନ ସମେତ ସବୁ ଖରିଫ ଫସଲର ଏମ୍ଏସ୍ପି ବୃଦ୍ଧି

ଧାନ ସମେତ ସବୁ ଖରିଫ ଫସଲର ଏମ୍ଏସ୍ପି ବୃଦ୍ଧି

ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ନିର୍ବାଚନରେ ବିପୁଳ ବିଜୟ ପରେ କେନ୍ଦ୍ରର ଏନଡିଏ ସରକାର ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଧାନ ସମେତ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶର କୋଟି କୋଟି ଚାଷୀ ଉପକୃତ ହେବେ । ସାଧାରଣ ଧାନର ଏମଏସପି କ୍ୱିଂଟାଲ ପିଛା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ ଟଙ୍କା କରାଯାଇଛି । ସେହିପରି ଧାନ (ଗ୍ରେଡ ଏ)ର ଏମଏସପି ମଧ୍ୟ କ୍ୱିଂଟାଲ ପିଛା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୩୫ ଟଙ୍କା କରାଯାଇଛି । ସେହିପରି ସୋୟାବିନର ଏମଏସପି କ୍ୱିଂଟାଲ ପିଛା ୩୧୧ ଟଙ୍କା, ସୂର୍ଯ୍ୟମୂଖୀ ଏମଏସପି କ୍ୱିଂଟାଲ ପିଛା ୨୬୨ ଟଙ୍କା ବୃଦ୍ଧି କରାଯାଇଛି । ମୁଗର ଏମଏସପି କ୍ୱିଂଟାଲ ପିଛା ୭୫ ଟଙ୍କା ବୃଦ୍ଧି କରାଯାଇ ୭୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ହରଡର ଏମଏସପି କ୍ୱିଂଟାଲ ପିଛା ୧୨୫ ଟଙ୍କା ବୃଦ୍ଧି କରି ୫୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *