Friday , July 30 2021
Breaking News
Home / ବିଶେଷ /   ଧର ଦଣ୍ଡାରେ ବୃକ୍ଷରୋପଣ 

  ଧର ଦଣ୍ଡାରେ ବୃକ୍ଷରୋପଣ 

ଗରଦପୁର, ୨୭/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ପଂଚାୟତ ଅନ୍ତର୍ଗତ ପାଟକୁରା ଗ୍ରାମର ଧର ଦଣ୍ଡା ଠାରେ ଆଜି ବୃକ୍ଷରୋପଣ କରାଯାଇଛି । ପାଟକୁରା ଗ୍ରାମର ‘ବାବାଜୀ  ବେହେରା ସୋସିଆଲ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଉଳ, ଆମ୍ବ, ନିମ୍ବ, ବର, ଓସ୍ତ, ଚାଖୁଣ୍ଡା, ପଣସ, ବେଲ, ଆକାଶିଆ, ନୀଳଗିରି ଆଦି ୧୦ ପ୍ରକାରର ୨୫ ଗୋଟି ମୂଲ୍ୟବାନ ଚାରା ଗଛ ଗୁଡିକ ରୋପଣ କରାଯାଇଥିଲା । ଚାରା ଗଛ ଗୁଡିକୁ ସୁରକ୍ଷା କରାଯିବା ପାଇଁ ଟ୍ରଷ୍ଟ ପକ୍ଷରୁ ଗୁରୁଡା ଲଗା ଯିବାର ବ୍ୟବସ୍ଥା କରାଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଟ୍ରଷ୍ଟର ମୂଖ୍ୟ ପ୍ରଦିପ୍ତ  କୁମାର ବେହେରା, ଜିଲା ପରିଷଦ ସଦସ୍ୟା ଶ୍ରମତୀ ଅହଲ୍ୟା ଲେଙ୍କା, ପ୍ରମୋଦ କୁମାର ନାୟକ, ଭଗବାନ ବାରିକ୍, ଜଗବନ୍ଧୁ ବେହେରା, ପ୍ରକୃତିମିତ୍ର ଉଦୟନାଥ ଚୌଧୁରୀ, ପ୍ୟାରି ମୋହନ ବେହେରା ଓ ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ୟବସାୟୀଙ୍କୁ ଗୁଳିମାଡ କରି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ଖୋର୍ଦ୍ଧା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଘମାରୀ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଦୁର୍ବୃତମାନେ ୭୦ …

Leave a Reply

Your email address will not be published. Required fields are marked *