Sunday , June 13 2021
Breaking News
Home / ବିଶେଷ / ଧର୍ମରକ୍ଷାସେନା ପକ୍ଷରୁ ସ୍ୱେଛାକୃତ  ରକ୍ତଦାନ ଶିବିର

ଧର୍ମରକ୍ଷାସେନା ପକ୍ଷରୁ ସ୍ୱେଛାକୃତ  ରକ୍ତଦାନ ଶିବିର

 

କେନ୍ଦ୍ରାପଡା ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ବହ୍ମଲୀନ,ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଉପଲକ୍ଷେ ଧର୍ମରକ୍ଷା ସେନା ପକ୍ଷରୁ  କଣିପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବୀତ ସୁବାଷ ଚନ୍ଦ୍ର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରକୁ ଧର୍ମରକ୍ଷା ସେନାର କାର୍ଯ୍ୟକର୍ତା ମନୋଜ କୁମାର ସ୍ୱାଇଁ, ମନୋଜ କୁମାର ବାରିକ, ଶଶାଙ୍କ ଜେନା, ମାଧବ ଚନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏହି ଶିବିରରେ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାପଡିଛି । ଶୁଭକାନ୍ତ ମଲ୍ଲିକ,ବିଶ୍ୱବ୍ରତ ସାମଲ,ଶଙ୍କର୍ଷଣ ସ୍ୱାଇଁ,ଦୀଲ୍ଲୀପ କୁମାର ସ୍ୱାଇଁ,ଚନ୍ଦ୍ରକାନ୍ତ ମଲ୍ଲିକ,ଉତମ ସ୍ୱାଇଁ,ହେମନ୍ତ କୁମାତ ବାରିକ,କାବିଲା ଭାଇ,ମହେଶ୍ୱର ସାହୁ,ପ୍ରଭାତ ସାହୁ,ଯଗୁଆ ଦାସ,ମୁନା,ଚକ୍ରଧର ଦାସ,ବିଶ୍ୱନାଥ ଦାସ,ମାଗୁଣି ମଲ୍ଲିକ,ସିପ୍ରା ଖଟୁଆ,ବାବୁ ବାରିକ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *