Monday , June 21 2021
Breaking News
Home / ବିଶେଷ / ଧର୍ମପ୍ରାଣା ମହିଳାଙ୍କ ପରଲୋକ

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ମାହାଙ୍ଗା / ରାଉରକେଲା ୨୮/୦୨/୨୦୨୧(ଓଡ଼ିଶା ସମାଚାର)-: ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ମହାନ୍ତିସାହିର ବିଶିଷ୍ଟ ଧର୍ମପ୍ରାଣା ମହିଳା ଶ୍ରୀମତୀ ଶୋଭାରାଣୀ ମହାନ୍ତିଙ୍କର ୮୬ ବର୍ଷ ବୟସରେ ରାଉରକେଲା ଠାରେ ଦେହାନ୍ତ ହୋଇଯାଇଛି ।

   ସେ ଜଣେ ମିଷ୍ଠଭାଷୀ,ଧର୍ମ ପରାୟଣା ଓ ପରୋପକାରୀ ମହିଳା ଭାବରେ ମାହାଙ୍ଗା ତଥା ରାଉରକେଲା ସେକ୍ଟର ୬ ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେକ୍ଟର ୬ ସରକାରୀ ବିଦ୍ୟାଳୟର ପୂର୍ବତନ ଆଦର୍ଶ ଶିକ୍ଷକ ସ୍ଵର୍ଗତ ନାରାୟଣ ପ୍ରସାଦ ମହାନ୍ତିଙ୍କର ସେ ହେଉଛନ୍ତି ଧର୍ମପତ୍ନୀ । ଗତ ୨୬ତାରିଖ ବିଳମ୍ବିତ ରାତିରେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଗତକାଲି ୨୭ ତାରିଖ ମଧ୍ୟାହ୍ନରେ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସାନ ପୁଅ ଆଡଭୋକେଟ ପ୍ରମୋଦ ମହାନ୍ତି ମୁଖାଗ୍ନୀ ଦେଇଥିଲେ । ବଡ଼ ପୁଅ ଇଂଜିନିୟର ଭଗବାନ ମହାନ୍ତି, ମଝିଆ ପୁଅ ଇଂଜିନିୟର ବିନୋଦ ମହାନ୍ତି, ବଡ଼ ବୋହୂ ଶର୍ମିଷ୍ଠା ମହାନ୍ତି, ମଝିଆ ବୋହୂ ପ୍ରଜ୍ଞା ମହାନ୍ତି, ସାନ ବୋହୁ ମାମିନା ମହାନ୍ତି, ଏକମାତ୍ର ଝିଅ ଗୀତରାଣୀ ମହାନ୍ତି ଓ ଜ୍ବାଇଁ ଆର୍ଦକାନ୍ତ ମହାନ୍ତିଙ୍କ ସମେତ ନାତି ନାତୁଣୀ ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ରହି ଦାହ ସଂସ୍କାରରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *