Thursday , June 17 2021
Home / ବିଶେଷ / ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

 

ସାଲେପୁର, ୨୮/୦୭/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅଧିନ ପିକୋଳ ଗ୍ରାମପଂଚାୟତର ଧର୍ମପରାୟଣ ବ୍ୟକ୍ତି କ୍ଷେତ୍ରବାସୀ ମଲ୍ଲଙ୍କର ୨୫ତାରିଖ ଦିନ ପରଲୋକ  ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ବଣହରା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା  କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଦୁଇପୁତ୍ର, କନ୍ୟା, ଜ୍ୱାଇଁ, ନାତିନାତୁଣୀ, ପରିବାର ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବାବେଳେ ଜ୍ୟେଷ୍ଠପୁତ୍ର ପ୍ରଦୀପ୍ତ କୁମାର ମଲ୍ଲ ମୁଖାଗ୍ନୀ ଦେଇଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *