Sunday , June 20 2021
Home / ତାଜା ଖବର / ଦୋକାନ ଘର ସ୍କାଏଲାଇଟ୍ ଭାଙ୍ଗି ନଗଦ ଟଙ୍କା ସହ ବହୁ ସାମଗ୍ରୀ ଚୋରି

ଦୋକାନ ଘର ସ୍କାଏଲାଇଟ୍ ଭାଙ୍ଗି ନଗଦ ଟଙ୍କା ସହ ବହୁ ସାମଗ୍ରୀ ଚୋରି

ସାଲେପୁର, ୦୨/୦୮/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା) – କେହି ଦୁର୍ବୃତ ଏକ ବୁଟିକ୍ ଦୋକାନର ସ୍କାଏଲାଇଟ୍ ଭାଙ୍ଗି ଦୋକାନ ମଧ୍ୟରେ ପ୍ରବେଶ କରି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା, ମେସିନ୍ ଓ ନଗଦ ୨୧ହଜାରରୁ ଉଦ୍ଧ୍ୱର୍ ଟଙ୍କା ଲୁଟିନେଇଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସୁଚରିତା ପ୍ରତାପ ଦୀର୍ଘବର୍ଷ ଧରି ସାଲେପୁର-ନଈଗୁଆଁ ରୋଡ୍ ନିକଟରେ ଥିବା ଏକ ଘରେ ସୁହାନୀ ବୁଟିକ୍  ଦୋକାନ କରି ବ୍ୟବସାୟ କରିଆସୁଥିଲେ । ଗତ ୩୧ତାରିଖ ରାତି ପ୍ରାୟ ୯.୩୦ମି. ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ପରଦିନ ସକାଳେ ଦୋକାନ ଖୋଲି ଦେଖିଲେ ଯେ କେହି ଦୁର୍ବୃତ ଦୋକାନର ସ୍କାଏଲାଇଟ୍ ଭାଙ୍ଗି ଦୋକାନ ମଧ୍ୟରେ ପ୍ରବେଶ କରି ଦୋକାନ ମଧ୍ୟରେ ଲାଗିଥିବା ସିସିଟିଭି କ୍ୟାମେରା, ହାଡ୍ଡିସ୍କ, ନଗଦ ଟଙ୍କା ଓ ବହୁ ସାମଗ୍ରୀ ଲୁଟି ନେଇଯାଇଛନ୍ତି । ଏହାନେଇ ସୁଚରିତା ଗତକାଲି ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ସାଲେପୁର ପୋଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଅଦ୍ୟାବଧି ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ଦୁର୍ବୃତମାନଙ୍କୁ ଅଦ୍ୟାବଧି ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *