Wednesday , June 16 2021
Breaking News
Home / ତାଜା ଖବର / ଦୋକାନ ଖୋଲିବା ବେଳେ ସୁନା ରୁପା ବ୍ୟଗ୍ ଲୁଟିନେଲେ ଦୁର୍ବୃତ

ଦୋକାନ ଖୋଲିବା ବେଳେ ସୁନା ରୁପା ବ୍ୟଗ୍ ଲୁଟିନେଲେ ଦୁର୍ବୃତ

ଜୁନାଗଡ଼, ୧୦/୦୩/୨୦୨୧(ଓଡ଼ିଶା ସମାଚା˜ ରାକେଶ ବେମାଲ)-ଆଜି ଜୁନାଗଡ଼ କଲମପୁର ଛକରେ ଥିବା କାଂଚନ ଜୁଏଲାରୀ ଦୋକାନ ଖୋଲିବା ସମୟରେ ସୁନା , ରୁପା ବ୍ୟାଗ ନେଇ ଦୁର୍ବୃତ ଫେରାର ହୋଇଯାଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁର ଛକସ୍ଥିତ କାଂଚନ ଜୁଏଲାରୀ ର ମାଲିକ ଆଜି ଦୋକାନ ଖୋଲିବା ପାଇଁ ଚାବି ନେନ୍ଥା ବାହାରକରି କୋଲପ ଖୋଲିବା ବେଳେ ସୁନା ରୂପା ଥିବା ବ୍ୟାଗ ଟି ସେଠାରେ ରଖି ଚାବି ଖୋଲୁଥିଲେ । ଏହି ସମୟରେ ମୋଟରସାଇକେଲ ରେ ଦୁଇ ଜଣ ଦୁର୍ବୃତ ହଠାତ ଆସି ସେହି ସୁନା ରୂପା ଥିବା ବ୍ୟାଗ ଟି ଲୁୂଟିନେଇ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ଓଡ଼ିଶା ସମାଚାର

 

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *