Sunday , June 20 2021
Home / ତାଜା ଖବର / ଦୋକାନରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ଦୋକାନରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ଯାଜପୁର, ଖୋର୍ଦ୍ଧା, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ଜାତୀୟ ରାଜପଥ ୧୬ ନଂ ପାଶ୍ୱର୍ ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ଏକ ଦୋକାନ ଭିତରୁ ରବିବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି  । ତାଙ୍କ ନାମ ରବିନ୍ଦ୍ର ସାହୁ ଏବଂ ଘର ପାଟକୁରା ଅଂଚଳରେ ବୋଲି ଜଣାପଡିଛି  । ଦୋକାନ ବାହାର ପଟୁ ତାଲା ପଡିଥିବାରୁ ତାଙ୍କୁ କେହି ହତ୍ୟା କରିବା ପରେ ଦୋକାନ ତାଲା ପକାଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି  । ରବିନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିବା ଏସଡିପିଓ କେଦାରନାଥ ସାହୁ ସୂଚନା ଦେଇଛନ୍ତି  ।

ପ୍ରକାଶ ଥାଉକି, ରବିନ୍ଦ୍ର ପତ୍ନୀଙ୍କୁ ମାରପିଟ୍ କରିବା ମାମଲାରେ ଜେଲ୍ ଯାଇଥିଲେ  । ଗତ କିଛି ଦିନ ତଳେ ସେ ଜେଲ୍ ରୁ ଖଲାସ୍ ହୋଇଥିଲେ  । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି  । ପୋଲିସ ସାଇଂଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିଛି  । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି  । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *