Tuesday , August 3 2021
Breaking News
Home / ବିଶେଷ / ଦେଶୀ ଗାଁରେ ବିଦେଶୀ ଅତିଥି : ବାଂଟୁଛନ୍ତି ସ୍ୱଚ୍ଛତାର ବାର୍ତା

ଦେଶୀ ଗାଁରେ ବିଦେଶୀ ଅତିଥି : ବାଂଟୁଛନ୍ତି ସ୍ୱଚ୍ଛତାର ବାର୍ତା

କୋରାପୁଟ, ୨୭/୧୦/୨୦୧୯(ଓଡ଼ିଶା ସମାଚାର / ଏଜେନ୍ସି)- ଦେଶୀ ଗାଁରେ ବିଦେଶୀ ଅତିଥି ବାଂଟୁଛନ୍ତି ସ୍ୱଚ୍ଛତାର ବାର୍ତା । କୋରାପୁଟ ସହରରେ ଆଜକୁ ପ୍ରାୟ ଅଢ଼େଇ ମାସ ହେବ ଏ ଗଳିରୁ ସେ ଗଳି, ଏ ଜାଗାରୁ ସେ ଜାଗାବୁଲି ଅଳିଆ ଆର୍ବଜନାକୁ ଗୋଟାଇ ଡଷ୍ଟବିନ ରେ ପକାଇବା ସହ ଲୋକଙ୍କୁ ସଚେତନ କରୁଛନ୍ତି ସୁଇଜରଲାଣ୍ଡ ଅଂଚଳର କିଛି ଯୁବକ ଓ ଯୁବତୀ । କୋରାପୁଟ ମିଶନ କମ୍ପାଉଣ୍ଡ ଅଂଚଳର କମଲ କିରନ ଭତ୍ରା ଓ ତାଙ୍କ ପତ୍ନୀ ନତଲିଏ ଭତ୍ରା ସୁଦୂର ସୁଇଜରଲାଣ୍ଡରେରୁହନ୍ତି । ସେଠାରୁ ସେମାନେ କିଛି ମାସତଳେ କୋରାପୁଟ ଆସିଥିବାବେଳେ କୋରାପୁଟର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସୁଇଜରଲ୍ୟାଣ୍ଡରୁ ସେମାନଙ୍କ ସହ ଆସିଛନ୍ତି ଥିଏରି, ମାର୍ଟିନ, ଦେବେରା, ସରଭିନ ଓ ଅନ୍ୟ ଜଣେ । କୋରାପୁଟରେ ପହଂଚିବା ପରେ ଏଠାକାର ପରିବେଶକୁ ଖୁବ୍ ଉପଭୋଗ କରୁଛନ୍ତି ଏହି ଦଳ । ଏହି ପରିବେଶ ସେମାନଙ୍କୁ ବାନ୍ଧି ରଖିଥିଲେ ହେଁ ସ୍ୱଚ୍ଛତାର ଅଭାବ ଯୋଗୁଁ ସବୁଜ ସୁନ୍ଦର କୋରାପୁଟକୁ ସ୍ୱଚ୍ଛ ସହରରେ ପରିଣତ କରିବା ପାଇଁ ଏହି ଗୋଷ୍ଠୀ ଅଂଟା ଭିଡ଼ିଛନ୍ତି । ସକାଳ ପାଇବା ମାତ୍ରେ ଅନ୍ୟ କେହି ଉଠିବା ଆଗରୁ ଏମାନେ ଉଠି ନିଜକୁ ପ୍ରସ୍ତୁତ କରି ହାତରେ ଅଳିଆ ଉଠାଇବା ବ୍ୟାଗ ଧରି ବାହାରି ପଡ଼ୁଛନ୍ତି ସହର ସଫେଇ ଅଭିଯାନରେ । ଏମାନଙ୍କ ସହ ସାମିଲ ହୋଇଛନ୍ତି କମଲଙ୍କ ସାନ ଭାଇ ଦୀନେଶ ଭତ୍ରା । ପ୍ରାୟ ୫ରୁ ୭ଜଣ ସହରର ବିଭିନ୍ନ ସ୍ଥାନ ବୁଲି ସଫା ସୁତରା କରୁଥିବା ଦେଖିବାକୁ ମିଳୁଛି । ଏମାନେ ପରିବେଶକୁ ସ୍ୱଚ୍ଛ କରିବା ସହ ସ୍ୱଚ୍ଛତାର ବାର୍ତା ମଧ୍ୟ ବାଂଟୁଛନ୍ତି । ନିଜ କାମ ନିଜେ କରିବା ପାଇଁ ଘୃଣା ନ କରି ଏଣେତେଣେ ଆର୍ବଜନା ଫୋପାଡ଼ିବା ଅପେକ୍ଷା ନିର୍ଦ୍ଧିଷ୍ଟ ସ୍ଥାନରେ ଅଳିଆ ଆବର୍ଜନା ଫୋପାଡ଼ିଲେ ସୁନ୍ଦର କୋରାପୁଟ ସ୍ୱଚ୍ଛ ହୋଇପାରିବ ବୋଲି ସେମାନଙ୍କ ମତ । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *