Sunday , June 20 2021
Home / ରାଜନୀତି / ‘ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି’ ଆଲୋଚନାଚକ୍ର

‘ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି’ ଆଲୋଚନାଚକ୍ର

କଟକ, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ   କଟକ ଗାନ୍ଧୀ ଭବନରେ ଏସ୍ୟୁସିଆଇ(ସି) ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟିର ସଦସ୍ୟ ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲା କମିଟି ସମ୍ପାଦକ ବିଶ୍ୱାବସୁ ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଚିତରଞ୍ଜନ ମହାନ୍ତି, ବରିଷ୍ଠ ଆଇନଜୀବୀ ସୁକାନ୍ତ ନାୟକ, ବିଜୟ ରାଉତରାୟ, ସମାଜସେବୀ ଯୁଗୋଳ ନାୟକ ପ୍ରମୁଖ ଯୋଗଦେଇ ପୁଞ୍ଜିପତି ଶ୍ରେଣୀର ଆଶୀର୍ବାଦରେ ଅର୍ଥବଳ, ବାହୁବଳ, ପ୍ରଚାରମାଧ୍ୟମ ଓ ପ୍ରଶାସନିକ କ୍ଷମତାକୁ ବ୍ୟବହାର କରି ଜନଗଣଙ୍କ ଇଚ୍ଛା ଓ ସ୍ୱାର୍ଥ ବିରୁଦ୍ଧରେ ନିର୍ବାଚନ ହୋଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ସଂପ୍ରତି ଜନବିରୋଧୀ କେନ୍ଦ୍ର ବଜେଟ ଏହାର ନଗ୍ନ ଉଦାହରଣ । ବଜେଟ ସଂପୂର୍ଣ୍ଣ ଭାବରେ ପୁଞ୍ଜିପତି ଶ୍ରେଣୀ ତଥା କର୍ପୋରେଟ ହାଉସ ସପକ୍ଷରେ ପ୍ରସ୍ତୁତ କରାଯାଇଛି । କୋଟି କୋଟି ବେକାରଙ୍କ ପାଇଁ କର୍ମ ସଂସ୍ଥାନ, ସାଧାରଣ ଜନଗଣଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ପାଇଁ ଏହି ବଜେଟରେ କେବଳ ଫମ୍ପା କଥା ଛଡାଯାଇଛି ବୋଲି ସେମାନେ କହିଥିଲେ । ବଜେଟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ସହ ରେଳ ବିଭାଗକୁ ଘରୋଇକରଣ ପାଇଁ ସମସ୍ତ ବନେ୍ଦାବସ୍ତ କରାଯିବାକୁ ଆଲୋଚନାରେ ସମାଲୋଚନା କରାଯାଇଥିଲା । ବିଜେପି ସରକାର ପ୍ରସ୍ତାବିତ ୨୦୧୯ ଜାତୀୟ ଶିକ୍ଷା ନୀତି ସଂପୂର୍ଣ୍ଣ ଭାବେ ଶିକ୍ଷାକୁ ମୂଳରୁ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ଲକ୍ଷ୍ମୀଧର ମହାନ୍ତି, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ସସ୍ମିତା ମହାନ୍ତି, ବିନୋଦ ସେଠୀ, ତରୁଣସେନ ନାୟକ, ସଙ୍ଗଠକ ସିପ୍ରା ମହାନ୍ତି, ଇଷା ଧର, ପାଭେଲ ପ୍ରିୟଦର୍ଶନ, ଶୁଭସ୍ମିତା ସାହୁ, ଶିବାନୀ ସାହୁ, ପ୍ରତାପ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ନୟାଗଡ଼ରେ ଲୋମହର୍ଷଣକାରୀ ପରୀ ଘଟଣାର ପୁନରାବୃତି

ଶିଶୁ ଅଧିକାର କମିଶନ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯିବାକୁ ସମାଜବାଦୀ ପାର୍ଟିର ଦାବି ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲାରେ ପରୀ …

Leave a Reply

Your email address will not be published. Required fields are marked *