Sunday , June 20 2021
Home / ବିଶେଷ / ଦେଢଶହ ବର୍ଷର କେନ୍ଦ୍ରାପଡା ପୈାରସଂସ୍ଥା ପାଇଁ ସ୍ୱତନ୍ତ ପ୍ୟାକେଜ ଦାବି କରିଥିବାରୁ ବିଧାୟକ ଶଶୀଭୂଷଣଙ୍କୁ କୃତଜ୍ଞତା ଜଣାଇଲା ବିଜେଡି ଆଇନଜୀବି ସାମ୍ମୁଖ୍ୟ

ଦେଢଶହ ବର୍ଷର କେନ୍ଦ୍ରାପଡା ପୈାରସଂସ୍ଥା ପାଇଁ ସ୍ୱତନ୍ତ ପ୍ୟାକେଜ ଦାବି କରିଥିବାରୁ ବିଧାୟକ ଶଶୀଭୂଷଣଙ୍କୁ କୃତଜ୍ଞତା ଜଣାଇଲା ବିଜେଡି ଆଇନଜୀବି ସାମ୍ମୁଖ୍ୟ

କେନ୍ଦ୍ରାପଡା ୨୯/୭/୨୦୧୯(ଓଡ଼ିଶା ସମାଚାର)-୧୮୬୯ ମସିହା ମାର୍ଚ୍ଚ ମାସ ୧୦ତାରିଖରେ ପ୍ରତିଷ୍ଠିତ କେନ୍ଦ୍ରାପଡା ପୈାରସଂସ୍ଥା ରାଜ୍ୟର ସର୍ବ ପ୍ରଥମ ପୈାରସଂସ୍ଥା ହୋଇଥିବା ବେଳେ ଏହି ପୈାରସଂସ୍ଥାର ଆଖିଦୃଶିଆ ବିକାଶ ହୋଇପାରି ନାହିଁ । ଦେଢଶହ ବର୍ଷ ପ୍ରତିଷ୍ଠାର ପୂର୍ତି ପାଳନ କରିବାକୁ ଯାଉଥିବା ଏହି ପୈାରସଂସ୍ଥାକୁ ସ୍ୱତନ୍ତ୍ର ପ୍ୟାକେଜ ଯୋଗାଇ ଦେବାକୁ ଓଡିଶା ବିଧାନସଭାରେ ଦାବି ଉଠିଥିଲା । ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗନେଇ ମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ସର୍ବ ପୁରାତନ ପୈାରସଂସ୍ଥା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଦାବି କରିଥିଲେ । ଉନ୍ନୟନ କ୍ଷେତ୍ରରେ ବହୁ ପଛରେ ପଡିଥିବା ତଥା ଅବହେଳିତ ହୋଇଥିବା ରାଜ୍ୟର ସର୍ବ ପୁରାତନ ପୈାରସଂସ୍ଥା ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଆବଶ୍ୟକତା ଥିବା ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମଧ୍ୟ କେନ୍ଦ୍ରାପଡା ବିଧାୟକଙ୍କୁ ସମର୍ଥନ କରି ଦାବି ଜଣାଇଥିଲେ । କେନ୍ଦ୍ରାପଡା ପୈାରସଂସ୍ଥାର ଉନ୍ନତି ନିମନ୍ତେ ବିଧାନସଭାରେ ଦାବି କରିଥିବାରୁ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଓ ରାଜନଗର ବିଧାୟକ ଶ୍ରୀ ସାହୁଙ୍କୁ ବିଜେଡି ଆଇନଜୀବି ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ ସାମ୍ମୁଖ୍ୟ ସଦସ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ଆବାହକ ଭୀମସେନ ଭୂୟାଁ,ଅରୁଣ କୁମାର ଦାସ, ଗୋକୁଳିରଞ୍ଜନ ଦାସ, ମାନସ କୁମାର ଧଳ, ନିରଞ୍ଜନ ବଳ, ମନୋଜ କୁମାର ସାହୁ, ଧିରେନ୍ଦ୍ର କୁମାର ଦାସ, ଶେଷଦେବ ଦାସ ପ୍ରମୁଖ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରାପଡାର ସାମୁହିକ ଦାବିକୁ ବିଧାନସଭାରେ ଉପସ୍ଥାପନ କରିଥିବାରୁ ୨ ବିଧାୟକଙ୍କୁ କେନ୍ଦ୍ରାପଡାବାସୀ ସବୁଦିନ ମନେରଖିବେ ବୋଲି  ଜିଲ୍ଲା ବିଜେଡି ଆଇନଜୀବି ସାମ୍ମୁଖ୍ୟ କହିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *