Wednesday , June 23 2021
Breaking News
Home / ତାଜା ଖବର / ଦୂର୍ଘଟଣାରେ ବାପ ପୁଅ ଗୁରୁତର,କଟକ ସ୍ଥାନାନ୍ତରିତ

ଦୂର୍ଘଟଣାରେ ବାପ ପୁଅ ଗୁରୁତର,କଟକ ସ୍ଥାନାନ୍ତରିତ

କେନ୍ଦ୍ରାପଡା ୧୯/୦୮/୨୦୧୯(ଓଡ଼ିଶା ସମାଚାର)- ଏକ ସଡକ ଦୂର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ଚାନ୍ଦବାଲିର ସୁକାନ୍ତ ବଳ(୪୭)ନାମକ ବ୍ୟକ୍ତି ୪ବର୍ଷର ପୁଅ ସହିତ ବାଇକରେ ଯାଉଥିବା ବେଳେ ଆଳି ବଜାରରେ ଦୂର୍ଘଟଣାରେ ସମ୍ମୁଖିନ ହୋଇଥିଲେ । ସେଠାରୁ ଉଭୟଙ୍କୁ ଆମ୍ବୁଲାନ୍ସରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ଉଭୟଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଦିଆଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି ।ଓଡ଼ିଶା ସମାଚାର

 

About admin

Check Also

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *