Saturday , July 31 2021
Breaking News
Home / ବିଶେଷ / ଦୂର୍ଘଟଣାରେ କାର୍ଯ୍ୟରତ ସାମ୍ବାଦିକ ଆହତ

ଦୂର୍ଘଟଣାରେ କାର୍ଯ୍ୟରତ ସାମ୍ବାଦିକ ଆହତ

ପାରାଦୀପ,୧୯/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ରବିନ୍ଦ୍ର କୁମାର ଜେନା ଦୈନିକ ସମ୍ବାଦପତ୍ର ମହ୍ଲାର ର ପାରାଦୀପ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ସହିତ ସେ ଏସୟୁଜେ ଜଗତସିଂହପୁର ଜିଲ୍ଲା ୟୁନିଟ୍ ର ସଭାପତି ଅଛନ୍ତି । ଶ୍ରୀ ଜେନା ରବିବାର ଦିନ ସମ୍ବାଦ ସଂଗ୍ରହ ନିମନ୍ତେ ଯାଉଥିବା ବେଳେ ପାରାଦୀପ ସତ୍ୟସାଇ ମନ୍ଦିର ନିକଟ ରେ ଏକ ସଡକ ଦୂର୍ଘଟଣା ର ଶିକାର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ସାମ୍ବାଦିକ ରବିନ୍ଦ୍ର କୁମାର ଜେନା ରବିବାର ଦିନ ପ୍ରୟ ସାଢେ ୧୦ଟା ବେଳେ ଏକ ହୋଣ୍ଡା ଆକ୍ଟିଭା ଗାଡି ରେ ସମ୍ବାଦ ସଂଗ୍ରହ ନିମନ୍ତେ ଯାଉଥିଲେ । ସତ୍ୟସାଇ ମନ୍ଦିର ନିକଟ ରେ ଏକ ସୁଇପ୍ଟ ଡିଜାୟର କାର ଦୃତଗତି ରେ ଆସି ତାଙ୍କ ଗାଡି କୁ ପଛ ପଟରୁ ଧକ୍କା ଦେଇଥିଲା । ଶ୍ରୀ ଜେନା ଓ ତାଙ୍କ ସହ ଗାଡି ର ପଛ ରେ ବସିଥିବା ତାଙ୍କ ଭଣଜା ଗାଡି ରୁ ତଳେ ପଡିଯାଇଥିଲେ । ଦୂର୍ଘଟଣା ଘଟାଇବା ପରେ ଗାଡି ଟି ତୀବ୍ର ବେଗ ରେ ଘଟଣାସ୍ଥଳ ରୁ ପଳାଇଯାଇଥିଲା । ଖବର ପାଇ ପାରାଦୀପର ଅନ୍ୟ ସାମ୍ବାଦିକ ମାନେ ଘଟଣାସ୍ଥଳ ରେ ପହଂଚି ଶ୍ରୀ ଜେନାଙ୍କୁ ଡାକ୍ତରକାନା କୁ ଚିକିତ୍ସା ନିମନ୍ତେ ନେଇଥିଲେ । ଏହି ସୁଇପ୍ଟ ଡିଜାୟର କାର ଟି ପାରାଦୀପ ର ସିଆଇଏସଏଫ୍ ରେ କାର୍ଯ୍ୟ କରୁଥିବା ଦେଖେଣାହାରୀ ମାନେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *