Sunday , June 20 2021
Home / ବିଶେଷ / ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା ନୀତି : ୧୫ଜଣ ଅଧିକାରୀ ବରଖାସ୍ତ, ୨ଜଣଙ୍କ ପେନସନ୍ ବନ୍ଦ୍

ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା ନୀତି : ୧୫ଜଣ ଅଧିକାରୀ ବରଖାସ୍ତ, ୨ଜଣଙ୍କ ପେନସନ୍ ବନ୍ଦ୍

ଭୁବନେଶ୍ୱର,୧୯/୦୮/୨୦୧୯(ଓଡ଼ିଶା ସମାଚାର)-ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟସହିଷ୍ଣୁତା (ଜିରୋ ଟଲ୍ରେନ୍ସ) ନୀତି ଗ୍ରହଣ କରବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନୀତି ଗ୍ରହଣ କରିବାକୁ ନିମୟିତଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନୀତି ଅନୁଯାୟୀରାଜ୍ୟ ସରକାର ୧୫ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହିତ ଦୁଇଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତିନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ-ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଆଇଏମଭି ଶ୍ରୀ ଦେବୀ ପ୍ରସାଦପାଢ଼ୀ, ସମବାୟ ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲି ସମବାୟ ସମିତିର ଏକ୍ସ-ସେକ୍ରେଟାରୀ ଶ୍ରୀ ଦେବଦତଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମ୍ୟୁନିସପାଲଟି ଅକ୍ଟୋରାଇ ଟ୍ୟାକ୍ସ ସରକାର ଶ୍ରୀକାଳୀପ୍ରସାଦ ସିଂ, ପଂଚାୟତିରାଜ ବିଭାଗର ଭଦ୍ରକ ଧାମନଗର ତହସିଲ ପୂର୍ବତନ ଜୁନିୟର କ୍ଲର୍କ ବଟକୃଷ୍ଣ ବାରିକ, ପଂଚାୟତିରାଜ ବିଭାଗର କଳାହାଣ୍ଡି ଏମ. ରାମପୁର ବ୍ଲକ ର ପୂର୍ବତନ ଭିଏଲଡବ୍ଲୁ କୃଷ୍ଣମୋହନ ଦାସ, ପଂଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ପୂର୍ବତନ ସେକ୍ରେଟାରୀ କମ ପିଇଓ ଅଶୋକ କୁମାର ସାହା, ପଂଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା ଜୁନାଗଡ ଼ବ୍ଲକର ପୂର୍ବତନ ପଂଚାୟତ ଏକଜିକ୍ୟୁଟିଭ ଅଫିସର ଶ୍ରୀ ପଦ୍ମମୁଖ ଶବର, ପଂଚାୟତିରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ପୂର୍ବତନ ସେକ୍ରେଟାରୀ କିଶୋର ଚନ୍ଦ୍ର ପ୍ରଧାନ, ଜଳସମ୍ପଦ ବିଭାଗର ଖୋର୍ଦ୍ଧାଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ଆସିଷ୍ଟାଂଟ ଇଞ୍ଜିନିୟର ବିଜୟ କୁମାର ସାହୁ, ଜଳସମ୍ପଦ ବିଭାଗର ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ କରୁଣାକର ପଣ୍ଡା, ଜଳସମ୍ପଦ ବିଭାଗର ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପୂର୍ବତନ ଆସିଷ୍ଟାଂଟ ଇଞ୍ଜିନିୟର ବୈଦ୍ୟନାଥ ମାଝୀ, ଜଳସମ୍ପଦ ବିଭାଗର ମୟୂରଭଞ୍ଜ ସରକଣା ବ୍ଲକ ପୂର୍ବତନ ଜେଇ ପ୍ରତାପ ଚନ୍ଦ୍ର ରାଉତ,ଜଳସମ୍ପଦ ବିଭାଗର କଳାହାଣ୍ଡି ଥୁଆମୂଳ-ରାମପୁର ଆଇଟିଡିଏ ପୂର୍ବତନ ଜେଇ ନିଗମାନନ୍ଦ ପଣ୍ଡା,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଏମସି ହେଲ୍ଥ ଅଫିସର ଙ୍କ କାର୍ଯ୍ୟାଳୟର ସିନିୟର କ୍ଲର୍କ ଚିତରଞ୍ଜନ ଲାଲ । ସେହିପରି ପେନସନ ସୁବିଧାବନ୍ଦ ହୋଇଥିବା ଦୁଇଜଣ ଅଧିକାରୀ ହେଲେ- ଜଳସମ୍ପଦ ବିଭାଗର କଳାହାଣ୍ଡି ଆଟିଡିଏର ଅବସରପ୍ରାପ୍ତ ପୂର୍ବତନ ଆସିଷ୍ଟାଂଟ ଇଞ୍ଜିନିୟର ଶ୍ରୀଅଶ୍ୱିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ପୂର୍ବତନ ଏପିଡି ଶ୍ରୀଶଶାଙ୍କ ଶେଖର ପଟ୍ଟନାୟକ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *