Saturday , July 31 2021
Breaking News
Home / ବିଶେଷ /   ଦୁର୍ଦ୍ଧିନରେ କଳାକାର

  ଦୁର୍ଦ୍ଧିନରେ କଳାକାର

ଗରଦପୁର,୨୨/୦୫/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର କରିଥିବା ତାଲାବନ୍ଦ ଯୋଗୁଁ ଗ୍ରାମାଂଚଳର ଅନେକ କଳାକାର ପରିବାରମାନଙ୍କର ଆର୍ଥିକସ୍ଥିତ ଦୋହଲି ଯାଇଛି । ପାଟକୁରା ଅଂଚଳରେ ରହିଥିବା  ଅନେକ ସଂଖ୍ୟକ ସଂକିର୍ତନ କଳାକାର, ପାଲାଗାୟକ, ମଂଚକଳାକାର ଓ ବାଦ୍ୟକଳାକାରମାନେ ଦୀର୍ଘ ଦିନ ଧରି ଘରେ ବସି ରହିବା ଫଳରେ ସେମାନଙ୍କର ବୃତି କ୍ଷତିଗ୍ରସ୍ତ ହୋଇଛି ।  ଫଳରେ କଳାକାରମାନଙ୍କ ପରିବାର ପ୍ରତିପୋଷଣ ଲାଗି ସମସ୍ୟା ଦେଖାଦେଇଛି । ତାଲାବନ୍ଦ ସମୟରେ କଳାକୁ ପେଷା ଭାବରେ ଗ୍ରହଣ କରିଥିବା କଳାକାରମାନଙ୍କର ଆର୍ଥିକ ସ୍ଥିତି ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କଳାକାରମାନଙ୍କ ପକ୍ଷରୁ  ଦାବି ହେଉଛି । ଯେଉଁ  ସ୍ୱଳ୍ପ ସଂଖ୍ୟକ କଳାକାରମାନେ ମୁଖ୍ୟମନ୍ତ୍ରୀ କଳାକାର ଭତା ପାଉଥିଲେ,ସେମାନଙ୍କୁ ଗତ ୬ ମାସ ହେଲା ମାସିକ ଭତା ପ୍ରଦାନ କରାଯାଇ ନାହିଁ । ଫଳରେ ତାଲାବନ୍ଦ ସମୟରେ ସେମାନେ ବହୁ ଦୁର୍ଦ୍ଧଶା ମଧ୍ୟ ଦେଇ  ଗତି କରୁଛନ୍ତି । କେଦ୍ଧ୍ରାପଡା ଜିଲାରେ ୧୫୭୯ଜଣ କଳାକାରମାନଙ୍କୁ  ଭତା ପ୍ରଦାନ କରାଯାଉଥିଲା । ସେମାନଙ୍କୁ ଭତା ମିଳି ନ ଥିବାରୁ ଲକ ଡ଼ାଉନ୍ ସମୟରେ ପରିବାର ପ୍ରତିପୋଷଣ କରିବା ପାଇଁ ନାନା ଦୁର୍ଦ୍ଧଶାର ସମ୍ମୁଖୀନ  ହେଉଛନ୍ତି । ଯେଉଁ ବଦ୍ୟ କଳାକରମାନେ କଳାକୁ ବେଉଷା କରି ପରିବାର ପ୍ରତିପୋଷଣ କରୁଥିଲେ,ଏବେ କରୋନା ମହାମାରୀ ଯୋଗୁଁ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରି କଟକଣା ଜାରି କରିଥିବାରୁ ହଜାର ହଜାର ଏହି ବର୍ଗର କଳାକାରମାନେ ଅସୁବିଧା  ମଧ୍ୟ ଦେଇ ଗତି କରୁଛନ୍ତି । ସରକାର କଳାକାର ମାନଙ୍କ ଦୁର୍ଦ୍ଧଶା ପ୍ରତି ଦୃଷ୍ଟି ଦେଇ ସାହାଯ୍ୟର ହାତ ବଢ଼ାଇବା ପାଇଁ ନିବେଦନ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *