Wednesday , August 4 2021
Breaking News
Home / ତାଜା ଖବର / ଦୁର୍ଘଟଣାରେ ୨ ଯୁବକ ମୃତ

ଦୁର୍ଘଟଣାରେ ୨ ଯୁବକ ମୃତ

 

ପଟ୍ଟାମୁଣ୍ଡାଇ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଚୂନଢିଅ ଠାରେ ଏସଡ଼ିପିଓ ଅଫିସ ନିକଟରେ ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପଟ୍ଟାମୁଣ୍ଡାଇ ପୁଲିସ ପହଂଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଗାଙ୍ଗପଡା ଗ୍ରାମର ରଞ୍ଜନ ବାରିକ (୩୧) ଓ କ୍ଷୀରୋଦ ବେହେରା (୨୯) ଏକ ବାଇକ ଯୋଗେ ପଟ୍ଟାମୁଣ୍ଡାଇ ବଜାରକୁ ଆସୁଥିବାବେଳେ ସାମ୍ନା ପଟରୁ ଏକ ହାଇୱା ସହିତ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର

About admin

Check Also

ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-  ଗଙ୍ଗନଗର ଅଂଚଳରେ ଘଟିଛି ଏକ ଅଭାବନୀୟଘଟଣା । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି …

Leave a Reply

Your email address will not be published. Required fields are marked *