Tuesday , June 15 2021
Breaking News
Home / ତାଜା ଖବର / ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ

ଭୁବନେଶ୍ୱର ,୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱର ଉପଖଣ୍ଡ ବାଳକାଟି ଠାରେ ଏକ ଦୁର୍ଘଟଣାରୁ ଲଙ୍କାକାଣ୍ଡ ଘଟିଛି । ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାରୁ ଘଟଣାସ୍ଥଳରେ ଉତେଜନା ସୃଷ୍ଟି ହୋଇଛି । ରାଜଧାନୀ ଭୁବନେଶ୍ୱର କାଳକାଟି ବ୍ରିଜରେ ଏକ ଟ୍ରକ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକଆରୋହୀ ରାସ୍ତାକୁ ଛିଟକି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ଜଣେ ବାଇକଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇପଡ଼ିଥିଲେ । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଦୁର୍ଘଟଣା ସ୍ଥାନରେ ଉତେଜନା ପାଇବାସହ କିଛି ଉତ୍ୟକ୍ତ ଲୋକ ବାଇକକୁ ଧକ୍କା ଦେଇଥିବା ଟ୍ରକକୁ ଜାଳି ଦେଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ଫଳରେ ସେଠାରେ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ସହ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *