Thursday , June 17 2021
Breaking News
Home / ତାଜା ଖବର / ଦୁର୍ଘଟଣାରେ ଗୁରୁତର ଆହତ ଯୁବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଦୁର୍ଘଟଣାରେ ଗୁରୁତର ଆହତ ଯୁବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ଗତକାଲି ରାତିରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଯୁବକର ଆଜି ମୃତ୍ୟୁ ଘଟିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟ ୯.୩୦ମି. ସମୟରେ ସାଲେପୁର-ଜଗତପୁର ରାସ୍ତାର ମାଛୁଆତି ଦୁର୍ଗାଛକ ନିକଟରେ ଏକ ଅଟୋ ଧକ୍କାରେ ସାଲେପୁର ଥାନାରୋଡ୍ରେ ଭଡ଼ାରେ ରହୁଥିବା ଅମ୍ବୁଜ କୁମାର ଜେନାଙ୍କ ପୁତ୍ର ସ୍ମରଣ କୁମାର ଜେନା(୩୦) ଗୁରୁତର ଆହତ ହୋଇଥିଲେ । ତାଙ୍କର ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଅଧିକ ରକ୍ତସ୍ରାବ ଯୋଗୁ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଅପର ପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଟୋଟିକୁ ସାଲେପୁର ପୋଲିସ ଜବତ କରିଥିବାବେଳେ ଅଟୋ ଡ୍ରାଇଭର ଫେରାର ଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *