Sunday , August 1 2021
Breaking News
Home / ବିଶେଷ / ଦୁଇ ଦିନ ହେଲା ପ୍ରଭୂ ଲିଙ୍ଗରାଜ ଉପବାସରେ

ଦୁଇ ଦିନ ହେଲା ପ୍ରଭୂ ଲିଙ୍ଗରାଜ ଉପବାସରେ

ଭୁବନେଶ୍ୱର,୦୪/୦୯/୨୦୧୯(ଓଡ଼ିଶା ସମାଚାର)- ନୂଆଗାଁ ମୌଜା ଗଙ୍ଗୁଆ କୂଳରେ ଥିବା ପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ଲିଙ୍ଗରାଜ ମନ୍ଦିରରେ ନୀତି ଦୁଇ ଦିନ ହେଲା ବନ୍ଦ ରହିଛି । ଲିଙ୍ଗରାଜ ମନ୍ଦିରର ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗଏଥିଲାଗି ପ୍ରଶାସନକୁ ଦାୟୀ କରିନୀତି ବନ୍ଦ୍ କରିଛନ୍ତି । ମଙ୍ଗଳବାରସକାଳୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷହୋମ ନୀତି ବନ୍ଦ୍ ରହିଛି  । ଫଳରେ ଦୁଇ ଦିନ ହେଲା ଉପବାସରେ ରହିଛନ୍ତି ପ୍ରଭୂଲିଙ୍ଗରାଜ । ପୂଜାପଣ୍ଡା ନିଯୋଗ ଅଭିଯୋଗ କରିଛି ଯେ କିଛି ଲୋକ ମନ୍ଦିର ଜମିକୁ ହଡପ କରିଛନ୍ତି  । ନୂଆଁଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଜମିକୁ ଜବରଦଖଲ କରାଯାଇଛି  । ପ୍ରଶାସନର ଅବହେଳା ହେତୁ ଜବରଦଖଲ ଜମିରେ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ସେମାନଙ୍କ ବିରୁଦ୍ଧରେ କିଛିକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଜବରଦଖଲକାରୀମାନେ ମନ୍ଦିରର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କୁ ହତ୍ୟା ଧମକ ଦେଇଥିବା ମଧ୍ୟସେମାନେ ଅଭିଯୋଗ କରିଛନ୍ତି ।ଏହାକୁ ବିରୋଧ କରି ମଙ୍ଗଳବାର ସକାଳୁ ଏଯାଏଁ ନୀତିକାନ୍ତି ବନ୍ଦ୍ ରହିଛି  । ଏଥିଲାଗି ଲିଙ୍ଗରାଜ ମହାପ୍ରଭୁ ଦୁଇ ଦିନ ହେଲା ଉପବାସରେଅଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *