Wednesday , June 23 2021
Breaking News
Home / ବିଶେଷ / ଦୁଇଟି ବାଲି ବୋଝେଇ ହାଇୱା ଜବତ କରି ଜୋରିମାନା ଆଦାୟକଲେ ତହସିଲଦାର

ଦୁଇଟି ବାଲି ବୋଝେଇ ହାଇୱା ଜବତ କରି ଜୋରିମାନା ଆଦାୟକଲେ ତହସିଲଦାର

ତାରପୁର, ୨୮/୦୪/୨୦୨୧(ଓଡ଼ିଶା ସମାଚାର)- ୱାଇଫର୍ମ ଟ୍ୟାମ୍ପରିଙ୍ଗ ଏବଂ ଅତ୍ୟଧିକ ମାଲ ବୋଝେଇ ଅପରାଧରେ ଦୁଇଟି ବାଲି ବୋଝେଇ ହାଇୱା ଟ୍ରକ୍କୁ ରଘୁନାଥପୁର ତହସିଲଦାର ରୁପାଲିକା ଦାଶ ଆଜି ଜବତ କରି ତାଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି । ପ୍ରକାଶ ଥାଉକି, ବିଭିନ୍ନ ବାଲିଘାଟରୁ ଶହ ଶହ ହାଇୱା ଟ୍ରକ୍ ପ୍ରତିଦିନ କଟକ-ପାରାଦ୍ୱୀପ ରାସ୍ତାରେ ଏବଂ ରଘୁନାଥପୁର – ଶିର୍ଲୋ ରାସ୍ତାରେ ଅଧିକ ବାଲି ବୋଝେଇ କରି ୱାଇଫର୍ମ ଟ୍ୟାମ୍ପରିଙ୍ଗ କରି ଏହି ରାସ୍ତାରେ ଚଳା ଚଳ କରୁଅଛନ୍ତି ବୋଲି ଅଭିଯୋଗ ପାଇ ରଘୁନାଥପୁର ତହସିଲଦାର ରୁପାଲିକା ଦାଶ, ବରିଷ୍ଠ କିରାଣି ଗୋବର୍ଦ୍ଧନ ବିଶ୍ୱାଳ କଟକ-ପାରାଦ୍ୱୀପ ରାସ୍ତାର ରଘୁନାଥପୁର ଥାନା ନିକଟରୁ ଏକ ହାଇୱା ଟ୍ରକ ଠାରୁ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ତାରପୁର ଠାରେ ଆଉ ଏକ ହାଇୱାକୁ ଜବତ କରି ତାକୁ ୧୦ ଟଙ୍କା ଜୋରିମାନା କରିଛନ୍ତି । ଜବତ ହୋଇଥିବା ଏହି ଦୁଇଟି ହରଇୱା ଟ୍ରକ କୁ ରଘୁନାଥପୁର ଥାନା ପୋଲିସ ମାର୍ଫତରେ ଦିଆଯାଇଛି ।  ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *