Saturday , June 19 2021
Breaking News
Home / କୃଷି / ଦୀର୍ଘ ମିଆଦି ଉନ୍ନତ ବିହନ ଉତ୍ପାଦନ ବୃଦ୍ଧି ସହିତ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରାଯିବ : କୃଷି ମନ୍ତ୍ରୀ

ଦୀର୍ଘ ମିଆଦି ଉନ୍ନତ ବିହନ ଉତ୍ପାଦନ ବୃଦ୍ଧି ସହିତ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରାଯିବ : କୃଷି ମନ୍ତ୍ରୀ

ଭୁବନେଶ୍ୱର,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-କୃଷିକ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେରାଜ୍ୟ ସରକାର ଅନେକ ଦୀର୍ଘ ମିଆଦିକାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଉନ୍ନତମାନର ବିହନ ସୃଷ୍ଟି ସହ କୃଷକମାନଙକୁ ଅଧିକ ପରିମାଣରେ ବିହନଯୋଗାଇ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ସଫଳତା ହାସଲ କରିବାର ସମ୍ଭାବନାସୃଷ୍ଟି ହୋଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ,ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁକହିଛନ୍ତି । କୃଷି ଭବନ ଠାରେ କୃଷି ଓ କୃଷକ ସାକ୍ତିକରଣ ବିଭାଗ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ବିଭିନ୍ନ ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ରାଜ୍ୟରେ ଅଧିକ ପରିମାଣର ସ୍ୱାବଲମ୍ବୀ ହେବା ସହିତ ବଳକା ରାଜ୍ୟଭାବରେ ବାହାର ରାଜ୍ୟକୁ ରପ୍ତାନୀକରିପାରିବ । ଏହି ଲକ୍ଷ୍ୟ ହାସଲ ଦିଗରେ ଭାରତ ବର୍ଷର ବିଭିନ୍ନ ଅଗ୍ରଣୀ ସଂସ୍ଥା ଗୁଡ଼ିକ ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବୁଝାମଣାପତ୍ର ସ୍ୱାକ୍ଷର କରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ରାଜ୍ୟର ବିଭିନ୍ନନିଗମ ସହିତ ବାର୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ସ୍ୱଚ୍ଛତା ଅବଲମ୍ବନ ସହିତ ନିଗମ ଗୁଡ଼ଇକର କାର୍ଯ୍ୟଧାରା ଏବଂ ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଜନସାଧାରଣ ସହଜରେ ଅବଗତ ହୋଇପାରିବେ ବୋଲି ମନ୍ତ୍ରୀ ଡ. ସାହୁ ମତବ୍ୟକ୍ତ କରିଥିଲେ । ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଭୂମିହୀନ ଚାଷୀମାନଙ୍କର ଜୀବିକାର୍ଜନରେ ଉନ୍ନତି ଆଣିବା ଓ ଆର୍ଥିକ ସଂସ୍ଥା ଗୁଡ଼ିକରୁ କୃଷିଋଣ ପାଇବା ନିମନ୍ତେ ଯୋଗ୍ୟତା ବୃଦ୍ଧିକରିବା ପାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ଦ୍ୱାରା ଟ୍ରଷ୍ଟ ମଧ୍ୟରେଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛିା ଏହି ସଂସ୍ଥା ଫସଲ ବୁଣାଠାରୁ ଆରମ୍ଭକରି ଫସଲ ବୀମା ଓ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ସମ୍ପର୍କରେ କୃଷକ ମାନଙ୍କୁ ସମୟୋଚିତ ପରାମର୍ଶଦେବ ଏବଂ ଏ ସମ୍ବନ୍ଧୀୟ ତଥ୍ୟ ସମସ୍ତ ଭାଗୀଦାରୀ ସଂସ୍ଥା ବିଶେଷ କରି ଋଣ ପ୍ରଦାନକାରୀ ବ୍ୟାଙ୍କ ଗୁଡ଼ିକୁ ଉପଲବ୍ଧ କରାଇବ ଯେପରି ଏହି ବର୍ଗର ଚାଷୀମାନେ ସହଜରେ ଋଣପାଇପାରିବେ । ପ୍ରଥମ ଦଫାରେ ୫ଟି ଜିଲ୍ଲାରେଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଏତଦ ବ୍ୟତୀତ ବିହନ ଉତ୍ପାଦନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ବିଭାଗ ହିନ୍ଦୁସ୍ଥାନ ଇନସେକ୍ଟିସାଇଡ଼ ଲିଃ(ଏଚଆଇଏଲ) ଏବଂ ନାଫେଡ଼୍ ସହଏକ ଦୀର୍ଘ ମିଆଦି ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ରାଜ୍ୟରେ ବିହନ ଉତ୍ପାଦନ ଓ ଚାହିଦା ମଧ୍ୟରେ ତାରତମ୍ୟ ଦୂର କରିବାରେ ସହାୟକ ହେବ । ବୁଝାମଣା ପତ୍ର ଅନୁଯାୟୀ ହିନ୍ଦୁସ୍ଥାନ ଇନସେକ୍ଟିସାଇଡ଼୍ ସହାୟତାରେ ରାଜ୍ୟର କଳାହାଣ୍ଡି ଏବଂ ଭଦ୍ରକ ଜିଲ୍ଲାରେ ୫ ହଜାର କ୍ୱିଂଟାଲ ଧାନ,ଖୋର୍ଦ୍ଧା ଓ ନୟାଗଡ଼ା ଜିଲ୍ଲାରେ ୨ ହଜାର କ୍ୱିଂଟାଲ ମୁଗ, ରାୟଗଡ଼ା ଜିଲ୍ଲାରେ୨୦୦ କ୍ୱିଂଟାଲ ହରଡ଼, ଗଜପତି ଜିଲ୍ଲାରେ ୧୦୦ କ୍ୱିଂଟାଲ ମଟର ଓ ଗଂଜାମ ଜିଲ୍ଲାରେ ୧୦୦ କ୍ୱିଂଟାଲ ରାଶି ବିହନ ଉତ୍ପାଦନର ଯୋଜନା କରାଯାଇଛି । ସେହିପରି ନାଫେଡ଼୍ ଦ୍ୱାରା ଗଂଜାମ ଜିଲ୍ଲାରେ ୭୫୦୦ କ୍ୱିଂଟାଲ ଚିନାବାଦମ ବିହନ, ବଲାଙ୍ଗୀର ଜିଲ୍ଲାରେ ୪୫୦୦ କ୍ୱିଂଟାଲ ମୁଗବିହନ, ଝାରସୁଗୁଡ଼ା ଜିଲ୍ଲାରେ ୯ ହଜାର କ୍ୱିଂଟାଲ ଓ ଦେବଗଡ଼ ଜିଲ୍ଲାରେ ୬ହଜାର କ୍ୱିଂଟାଲ ଧାନ ବିହନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଏହି ତ୍ରିପାକ୍ଷିକ ଚୁକ୍ତି ଆଗାମୀ ୩ ବର୍ଷ ଯଥା ୨୦୧୯-୨୦ଠାରୁ ୨୦୧୧-୨୨ ପର୍ଯ୍ୟନ୍ତ ବଳବତର ରହିବ । ଆଶା କରାଯାଉଛି ଯେ ଏହି ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଓଡ଼ିଶା ଡାଲି ଓ ତୈଳବୀଜ ଉତ୍ପାଦନକ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବ । ସେହିପରି ରାଜ୍ୟରେ ଅଧିକରୁ ଅଧିକ କୃଷିଭିତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଆପିକଲ ନିରନ୍ତର ଉଦ୍ରମ କରିଆସୁଥିବା ପରିପ୍ରେକ୍ଷୀରେ ବୁଝାମଣା ଅନୁଯାୟୀ ଏହି ସଂସ୍ଥା ୨୦୧୮ ବର୍ଷରୁଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨୦୧୯-୨୦ବର୍ଷ ପାଇଁ ୮ ଶହ ଗୋଟି କୃଷି ଭିତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ୬୦ କୋଟି ଟଙ୍କାର ରିହାତି ବ୍ୟବସ୍ଥା ଓ ୬୦୦ ଜଣ କୃଷି ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ରାଜ୍ୟର ୪୦ଟି ବ୍ଲକରେ ତୃଣମୂଳ ସ୍ତରରେ ୧ହଜାର ଜଣ ଯୁବକ ଯୁବତୀଙ୍କୁ କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ୫ କୋଟି ଟଙ୍କା ବ୍ୟୟରେ ଆପିକଲ ମାଧ୍ୟମରେ ସଶକ୍ତି କରଣ କରାଯିବ । ଏଥି ସହିତ ଆଗାମୀ ୩ବର୍ଷରେ ୨ ଲକ୍ଷ ଚାଷୀଙ୍କର ରୋଜଗାରବୃଦ୍ଧି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିଃ ସହିତ ବୁଝାମଣା ପତ୍ର ଅନୁସାରେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ କାଜୁବଗିଚା ନିଲାମ ଓ ଉନ୍ନତମାନର କାଜୁକଲମୀ ଚାରା ଉତ୍ପାଦନ ଓ ବିକ୍ରିର ମୋଟ ଆୟ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ୨୪କୋଟିରୁ ୨୮ କୋଟିକୁ ବୃଦ୍ଧି କରାଯାଇଛି । ରାଜ୍ୟରେ କାଜୁ ଚାଷର ବର୍ଦ୍ଧିତ ଚାହିଦାପୂରଣ ଦୃଷ୍ଟିରୁ ଚଳିତ ବର୍ଷର ଉନ୍ନତ ମାନକାଜୁ କଲମୀ ଚାରା ଉତ୍ପାଦନ ପରିମାଣକୁ ୩୮ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ବିଗତ ବାତ୍ୟା ଦ୍ୱାରା କ୍ଷୟକ୍ଷତି ହୋଇଥିବା ବୃକ୍ଷର ଭରଣା ସଂଗେ ସଂଗେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରବେଶ ସନ୍ତୁଳନରେ ବିଶେଷ ସହାୟକ ହୋଇପାରିବ । ଏତଦ୍ବ୍ୟତୀତ ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ସହିତ ଗ୍ରାମାଂଚଳର ତଫସିଲଭୁକ୍ତ ଜାତି, ଜନଜାତି ଓ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ମାନଙ୍କର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ । ସେହିପରି ଓଡ଼ିଶା କୃଷି ଶିଳ୍ପ ନିଗମ ସହିତ ବୁଝାମଣା ପତ୍ର ଅନୁଯାୟୀ ଏହାକୁ ସ୍ୱାବଲମ୍ବୀ କରିବା ସହିତ ଚଳିତ ବର୍ଷପାଇଁ ୪୬୭.୧୧ କୋଟି ଟଙ୍କାର ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ନିଗମ ୨୨୬୨ଟି ଟ୍ରାକ୍ଟର, ୫୩୦୦୪ ମେଟ୍ରିକ୍ ଟନ୍ ରାସାୟନିକ ସାର ଓ ୧୧୪୯୨ ହେକ୍ଟର ଜମିକୁ ଜଳଯୋଗାଣ ପାଇଁ ପ୍ରକଳ୍ପମାନ ସ୍ଥାପନ କରିବାକୁ ଯୋଜନା କରାଯାଇଛି । ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ. ଏମ.ମୁଥୁକୁମାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ହିନ୍ଦୁସ୍ଥାନ ଇନସେକ୍ଟିସାଇଡ଼, ନାଫେଡ଼,ଦ୍ୱାରା ଟ୍ରଷ୍ଟ ଓ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବର୍ଷାଜଳ ନିଷ୍କାସନ ନେଇ ଚାଷୀଙ୍କ ଭାଳେଣି

“ୟସ” ବାତ୍ୟାର ୩ ଦିନ ପରେ ବି ଶହ ଶହ ଏକର ଚାଷ ଜମି ଜଳମଗ୍ନ ପାଟକୁରା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- …

Leave a Reply

Your email address will not be published. Required fields are marked *