Saturday , July 31 2021
Breaking News
Home / ବିଶେଷ / ଦି ଗୋଲ୍ଡ ତରଫରୁ ଫ୍ରି ଭେପୋରାଇଜର ବଂଟନ

ଦି ଗୋଲ୍ଡ ତରଫରୁ ଫ୍ରି ଭେପୋରାଇଜର ବଂଟନ

ଭୁବନ ୧୭/୦୬/୨୦୨୧(ଓଡ଼ିଶା ସମାଚାର)-ମହାମାରୀ କରୋନା ର ପ୍ରାଥମିକ ଲକ୍ଷଣ ହେଉଛି ଥଣ୍ଡା,କାଶ, ସର୍ଦି  ଛିଙ୍କ ଓ ଗଳା ସଂକ୍ରମଣ ।ଏଥିରୁ ରକ୍ଷା ପାଇବା ପାଇଁ ବାମ୍ଫ ହିଁ ସର୍ବୋତମ  ଘରୋଇ ଉପାୟ । ଏଥିପାଇଁ ଭୁବନର ଦି ଗୋଲ୍ଡ ତରଫରୁ ମାଗଣାରେ ଲୋକଙ୍କୁ ଭେପୋରାଇଜର ବଂଟନ କରାଯାଇଥିଲା । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦି ଗୋଲ୍ଡ ତରଫରୁ ଏହି ସେବା କାର୍ଯ୍ୟକ୍ରମକୁ ଉଦଘାଟନ  କରି ଭୂୟସୀ ପ୍ରଶଂସା କରିଥିଲେ । ଦି ଗୋଲ୍ଡ ସତ୍ୱାଧିକାରୀ ବସନ୍ତ କୁମାର ବିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ପୁରୀ ଗୋବର୍ଦ୍ଧନ ମଠ ର ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର,ଅଗ୍ନିଶମ ଅଧିକାରୀ ଅଂଶୁମାନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ଦି ଗୋଲ୍ଡ ପରିବାରର ତ୍ରିଲୋଚନ ବିହାରୀ, ମାୟାଧର ବିହାରୀ,ଦୀପକ ବିହାରୀ,ଦିପ୍ତୀ ପ୍ରକାଶ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୧୫୦ ରୁ ଉଦ୍ଧ୍ୱର୍ କରୋନାରେ ପୀଡିତ ବ୍ୟକ୍ତି ନିଜର ଆଧାର କାର୍ଡ ଦେଇ ସେମାନଙ୍କର ନାମ ପଂଜିକରଣ କରି ମାଗଣାରେ ଭେପୋରାଇଜର ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର …

Leave a Reply

Your email address will not be published. Required fields are marked *