Friday , June 18 2021
Breaking News
Home / ବିଶେଷ / ଦିଲ୍ଲୀରେ କଳାହାଣ୍ଡିର ‘ବଜାସାଲ’ କଳାକାରଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀରେ କଳାହାଣ୍ଡିର ‘ବଜାସାଲ’ କଳାକାରଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ଓ କଳାହାଣ୍ଡିକୁ ନୂଆ ପରିଚୟ ଦେଇଛି‘ବଜାସାଲ’ ଲୋକନୃତ୍ୟ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଓଡ଼ିଶା କଳାହାଣ୍ଡି ଜିଲ୍ଲାର ଗୌରବମୟ ଲୋକନୃତ୍ୟ ‘ବଜାସାଲ’ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ର କଳାକାରଙ୍କୁ ବୁଧବାର ନୂଆଦିଲ୍ଲୀରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ସ୍ୱର୍ଣ୍ଣିମ ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଭରା ଲୋକନୃତ୍ୟ ରାଜପଥରେ ପ୍ରଦର୍ଶନ କରି ଏହି ପ୍ରତିଭାବାନ କଳାକାରମାନେ ବିଶ୍ୱ ଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କଳାହାଣ୍ଡି ସଂସ୍କୃତି ସମ୍ପନ୍ନ ଜିଲ୍ଲା । କଳାହାଣ୍ଡିରେ ଅନେକ ପ୍ରତିଭା, କ୍ଷମତାସମ୍ପନ୍ନ ଲୋକମାନେ ଅଛନ୍ତି । ‘ବଜାସାଲ’ ଆମ ରାଜ୍ୟ ଓଡ଼ିଶା ଓ କଳାହାଣ୍ଡି ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଆଗକୁ ସଂସ୍କୃତିସମ୍ପନ୍ନ କଳାହାଣ୍ଡି ଜିଲ୍ଲାର ଏହି କଳାକାରମାନେ ବିଦେଶରେ ନାଁ କରନ୍ତୁ । ବଜାସାଲ ନୃତ୍ୟ ପାରମ୍ପରିକ ପୋଷାକର କୌଣସି ତୁଳନା ନାହିଁ । ଏହି ନୃତ୍ୟରେ ଅନେକ ବାର୍ତା ରହିଛି ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମଧ୍ୟବିତଙ୍କୁ ମହଙ୍ଗା ମାଡ -ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଦାବି

କେନ୍ଦ୍ରାପଡ଼ା, ୧୭/୦୬/୨୦୨୧(ଓଡ଼ିଶା ସମାଚାର)-ମହାମରୀର ଦୁର୍ବିସହ ସମୟରେ ଖାଉଟି ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ …

Leave a Reply

Your email address will not be published. Required fields are marked *