Sunday , June 13 2021
Breaking News
Home / ବିଶେଷ / ଦିବଂଗତ କୋଭିଡ ଯୋଦ୍ଧା ସାମ୍ବାଦିକ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଦିବଂଗତ କୋଭିଡ ଯୋଦ୍ଧା ସାମ୍ବାଦିକ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

କନ୍ଧମାଳ, ୨୬/ ୦୫/୨୧(ଓଡିଶା ସମାଚାର/  ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ମାସ ୨୩ ତାରିଖ ଦିନ କୋଭିଡ ରେ ମୃତ୍ୟୁବରଣ କରିଥିବା ଆମର କୋଭିଡ ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରା ଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ଘୋଷିତ କୋଭିଡ ଯୋଦ୍ଧା ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବା ପାଇଁ ଆଜି କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି  । କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି ଏହି ସ୍ମାରକ ପତ୍ର ପାଇବାର ମୁହୂର୍ତ୍ତକ ମଧ୍ୟରେ ମୃତକ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଏସୋସିଏସନକୁ ସମ୍ମତି ପ୍ରକାଶ କରିବା ସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି, ତୁରନ୍ତ ତାଙ୍କ ନାମକୁ କୋଭିଡ ଯୋଦ୍ଧା ଭାବେ ତାଲିକା ଭୁକ୍ତ କରି ସରକାରଙ୍କୁ ଜଣାଇବା ପାଇଁ  । ଏହା ଫଳରେ ସରକାର ଘୋଷଣା କରିଥିବା କୋଭିଡ ଯୋଦ୍ଧା ସାମ୍ବାଦିକ ମାନଙ୍କ ମୃତ୍ୟୁକାଳୀନ ଅନୁକମ୍ପାମୂଳକ ଅର୍ଥରାଶି ତାଙ୍କ ପରିବାରବର୍ଗ ଅତିଶୀଘ୍ର ପାଇବାରେ ସହାୟକ ହୋଇପାରିବ  ।  ଏହା ସହିତ ତାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ଅନୁଯାୟୀ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି !ଜିଲ୍ଲାପାଳଙ୍କ ସାମ୍ବାଦିକ ମାନଙ୍କ ପ୍ରତି ରହିଥିବା ଏହି ସ୍ନେହ ଏବଂ ସାହାଯ୍ୟ ମନବୃତ୍ତି ପାଇଁ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି  । ଓଡିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *