Sunday , June 20 2021
Home / ବିଶେଷ / ଦି’ନେକ୍ଟାର ସ୍ୱେଚ୍ଛାସେବୀ ସଂଗଠନର ନୂତନ କର୍ମକର୍ତା ନିର୍ବାଚନ

ଦି’ନେକ୍ଟାର ସ୍ୱେଚ୍ଛାସେବୀ ସଂଗଠନର ନୂତନ କର୍ମକର୍ତା ନିର୍ବାଚନ

ସାଲେପୁର, ୧୮/୦୫/୨୦୨୦ (ଓଡ଼ିଶା ସମାଚାର / ଅଭୟ ଜେନା)-ସାଲେପୁର ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦି’ ନେକ୍ଟାରର ଏକ ଜରୁରୀ ବୈଠକ ଆଜି ସଭାପତି ଶ୍ରୀକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସାଲେପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠାନର ନୂତନ କର୍ମକର୍ତାମାନଙ୍କର କିଛି ପରିବର୍ତନ ହୋଇଥିଲା । ସର୍ବସମ୍ମତି କ୍ରମେ ଜ୍ୟୋତିର୍ମୟୀ ଦାଶଙ୍କୁ ସଂପାଦିକା, ସୁଦେଷ୍ଣା ମିଶ୍ର ଓ କୋଷାଧ୍ୟକ୍ଷ ମନୋଜ ସାମଲଙ୍କ ପ୍ରସ୍ତାବ କ୍ରମେ ସଭାପତି ଭାବେ ଶ୍ରୀକାନ୍ତ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ସାଂପ୍ରତିକ କରୋନା ପରିସ୍ଥିତିର ମୁକାବିଲା ପାଇଁ ଦି ନେକ୍ଟାର  ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ଏବଂ ସରକାରଙ୍କୁ ସାହାଯ୍ୟ କରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ଦାଶ, ଦିବାକର ମହାପାତ୍ର, ପୁଷ୍ପାଞ୍ଜଳି ହଂସ, ରଣଜିତ୍ ପୁହାଣ, ପ୍ରତୀକ ଦାସ, ମନୋରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *